Categories: ଖେଳ

ବାରବାଟୀ ଷ୍ଟାଡିୟମରେ ଇସାକ

କଟକ ଅଫିସ,୧।୭- ଓଡ଼ିଶା ଗସ୍ତରେ ଆସିଥିବା ଅଲ ଇଣ୍ଡିଆ ଫୁଟବଲ ଫେଡେରେଶନ (ଏଆଇଏଫ୍‌ଏଫ)ର ବୈଷୟିକ ନିର୍ଦ୍ଦେଶକ ଇସାକ ଦୋରୁ ରବିବାର ବାରବାଟୀ ଷ୍ଟାଡିୟମ ପରିଦର୍ଶନ କରିଛନ୍ତି । ଏହି ଅବସରରେ ସେ ଫୁଟବଲ ଆସୋସିଏଶନ ଅଫ ଓଡ଼ିଶା(ଫାଓ)ର କର୍ମକର୍ତ୍ତାଙ୍କ ସହ ଏକ ସ୍ବତନ୍ତ୍ର ବୈଠକରେ ଯୋଗ ଦେଇଥିଲେ । ଫାଓ କାର୍ଯ୍ୟାଳୟ ବୁଲିବା ସହ ଓଡ଼ିଶାରେ ଫୁଟବଲର ବିକାଶ ସମ୍ପର୍କରେ ପଚାରି ବୁଝିଥିଲେ । ଫାଓ ଉପସଭାପତି ଭକ୍ତ ବଲ୍ଲଭ ଦାସ, ପୂର୍ବତନ ଜାତୀୟ ମହିଳା ଦଳର କୋଚ୍‌ ସହିଦ ଜବାର, ଏଏଫସି ଫୁଟବଲ କୋଚ୍‌ ଶ୍ରଦ୍ଧାଞ୍ଜଳି ସାମନ୍ତରାୟ, ଗୀତାଞ୍ଜଳି ଖୁଣ୍ଟିଆ, ଏଆଇଏଫ୍‌ଏଫର ଉନ୍ନୟନ ଅଧିକାରୀ ଶୁଭାଶିଷ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

Share