ବାରବାଟୀ ଷ୍ଟାଡିୟମରେ ହେବ ଆଇସୋଲେଶନ ୱାର୍ଡ

କଟକ ଅଫିସ,୨୧ା୩ : କଟକ ବାରବାଟୀ ଷ୍ଟାଡିୟମକୁ କରୋନା ମୁକାବିଲା ପାଇଁ ପ୍ରସ୍ତୁତ କରାଯାଉଛି। ଏ ନେଇ ଜିଲା ପ୍ରଶାସନ ଓ କଟକ ମହାନଗର ନିଗମ(ସିଏମ୍‌ସି) ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। କରୋନା ଭୂତାଣୁ ଭୟାବହତାକୁ ଦୃଷ୍ଟିରେ ରଖି ଏବେଠାରୁ ଏଭଳି ପଦକ୍ଷେପ ନିଆଯାଉଛି। ବାରବାଟୀ ଷ୍ଟାଡିୟମର କର୍ପୋରେଟ ବକ୍ସ, ସଚିନ ତେନ୍ଦୁଲକର ଇନ୍‌ଡୋର ହଲ୍‌, ଏସି ବକ୍ସ ଆଦି ସ୍ଥାନକୁ ଆଇସୋଲେଶନ ୱାର୍ଡରେ ପରିଣତ କରାଯିବ। ଏଠାରେ ପ୍ରାୟ ୨୦୦ ଶଯ୍ୟା ପ୍ରସ୍ତୁତ କରାଯିବ। ଏ ନେଇ ଆମେ ପ୍ରସ୍ତୁତ ଅଛୁ ବୋଲି ଓଡ଼ିଶା ଅଲିମ୍ପିକ ଆସୋସିଏଶନ ସମ୍ପାଦକ(ଇନ୍‌ଚାର୍ଜ) ଅଭିଜିତ ପାଲ କହିଛନ୍ତି।