ବାରବୁଲା ଜୀବନ୍‌ ବିତଉଛନ୍‌ ବୁରୁଧ୍‌ ଦମ୍ପତି

ବିନିକା, ୨୬।୧୨ (ଡି.ଏନ୍‌.ଏ.)- ସୁବର୍ଣ୍ଣପୁର ଜିଲା ବିନିକା ଏନ୍‌ଏସି ଅଧୀନ ଡଭଲା ଓ୍ବାର୍ଡ ନଂ.୧ ରେ ବାପ୍‌ଅଜା ଅମଲୁ ରହିଆସୁଛନ୍‌ ଅସାହା ବୁରୁଧ୍‌ ଦମ୍ପତି ନାଥ ଭୁଏ(୭୭) ଆର ଇଚ୍ଛା ଭୁଏ(୭୨)। ଦମ୍ପତିକଁର ଛୁଆପିଲା, ଘରଦୁଆର ବଲି କିଛି ନାଇଁ। ଆଜି ଇତାର ପିଁଢ଼ା କାଲି ତାର ବାରିଆଡ଼ ହେଇ ରହୁଛନ୍‌। ବଲ୍‌ ବଏସ୍‌ ଥିଲାବେଲେ ନାଥ ପରହର କାମ୍‌ବୁତା କରି କୁଟୁମ ପୁଷୁଥିଲେ। ହେଲେ ଏହେଦେ ଦମ୍ପତି ଅଧାରର ହେଲାରୁ କମେଇଖାଇ ନାଇଁ ପାରବାର। ସରକାରୀ ହିସାବେ ପାଉଥିବାର ୩୫ କେ.ଜି. ଚାଉଲ ଆର ବୁଢ଼ାବୁଢ଼ି ଭତାରେ ଦମ୍ପତି ଯଥରକଥର ଚଲୁଛନ୍‌। ଆଏଜ୍‌କେ ପାଖାପାଖି ୭ରୁ ୮ ମାସ ହେଲା ନାଥ କିଛି କହି କି ଶୁନି ନାଇଁ ପାରବାର। ଡଭଲା ଗଁାବାସୀ ଇ ବୁରୁଧ୍‌ ଦମ୍ପତିକଁର ଗୁଲ୍‌ଗୁଲା ଦେଖି ଗଁାର ଗୋପାଲଜୀ ଗୁଡ଼ିର ଧରମ୍‌ଶାଲାରେ ଆଶ୍‌ରେ ଦେଇଛନ୍‌। ଇଆଡ଼େ ଉଭଏ କେନ୍ଦ୍ର ଆର ରାଏଜ୍‌ ସରକାର ଗରିବ୍‌ ଦୁଖିକର ଲାଗି ମାଲ୍‌ମାଲ୍‌ ଯୋଜନା କାଯ୍‌କାରୀ କରି ଭତା, ଘରଡିହ, ପକାଘର ଯୁଗେଇ ଦେଉଛନ୍‌। ହେଲେ ଇ ବୁରୁଧ୍‌ ଦମ୍ପତି ଆଏଜ୍‌ ବି ସରକାରୀ ଯୋଜନାରେ ଘରଡିହ ଆର ପକାଘର ଖଁଡ଼େ ପାଏବାରୁ ବଁଚିତ୍‌ ହେଇ ରହିଛନ୍‌। ପରଶାସନିକ ଅଧ୍‌କାରୀ ଆର ଜନପରତିନିଧିକଁର ଅବହେଲାର ଲାଗି ବୁରୁଧ୍‌ ଦମ୍ପତି ଘରଡିହ ଆର ଆବାସ ଯୋଜନାରୁ ବଁଚିତ୍‌ ହେଇ ରହିଥିବାର ଗଁାବାସୀ ଅଭିଯୋଗ କରିଛନ୍‌। ଗଁାର ରାଜୀବ ନାଏକ ଆର ପର୍ଶୁରାମ ନାଏକ କହିଛନ୍‌ ଯେ, ଇ ବୁରୁଧ୍‌ ଦମ୍ପତି ତାକର ବାପ୍‌ ଅଜା ଅମଲୁ ଆମର ଗଁାରେ ରହିଆସୁଛନ୍‌। କୁଟୁମଟା ନିହାତି ଗରିବ୍‌ ପରହର କାମ୍‌ବୁତା କରି ଚଲୁଥିଲେ। ତାକର ଘରଡିହ କି ଜମିବାଡ଼ି ବଲି କିଛି ନାଇଁ। ଆଜି ଇତାର ଘରେ କାଲି ତାର ଘରେ ହେଇ ରହୁଥିଲେ। ଦମ୍ପତିକର ପିଲାଛୁଆ ବି ନାଇଁ। ଏହେଦେ ଇ ବୁଢ଼ାବୁଢ଼ି କାଲେ ଦୁଇଝନ ବଡ଼ା ଗୁଲ୍‌ଗୁଲା ହେଇ ଚଲୁଛନ୍‌। ଜିଲା ଆର ବ୍ଲକ ପରଶାସନ ଇ ବୁଢ଼ାବୁଢ଼ିକଁର ଉପରେ ଦୁରୁଷ୍‌ଟି ଦେଇ ଘରଡିହ ଆର ପକାଘର ଖଁଡ଼େ ଯୁଗେଇ ଦେବାର ନିହାତି ଜରୁରି। ଇ ବାବ୍‌ଦେ ବିନିକା ତହସିଲଦାର ତ୍ରିପୁରା ମହାନନ୍ଦକୁଁ ପଚ୍‌ରାଲାରୁ ମୁଇଁ ଘଟ୍‌ନାର ତଦଁତ୍‌ କରି ପଦକ୍ଷେପ ନେମି ବଲି ସେ କହିଥିଲେ। ସେନ୍‌ତା ଇ ବାବ୍‌ଦେ ବିନିକା ଏନ୍‌ଏସି ନିର୍ବାହୀ ଅଧ୍‌କାରୀ ଦୁଃଖିରାମ ନାଏକକୁଁ ପଚ୍‌ରାଲାରୁ ବୁରୁଧ୍‌ ଦମ୍ପତିକଁର ବାବ୍‌ଦେ ସରକାରକୁଁ ବହୁତ୍‌ ଆଗ୍‌ରୁ ଅବଗତ କରାଯାଇଛେ। ତାକର ଘର ଡିହ ନାଇଁଥିବାର ଲାଗି ଆବାସ ଯୋଜନାରେ ସାମିଲ କରାଯାଇ ନାଇଁପାରବାର। ରାଜସ୍ବ ବିଭାଗ ତାହାକୁ ଘରଡିହ ଖଁଡ଼େ ଯୁଗେଇ ଦେଲେ ଏନ୍‌ଏସି ତରଫୁ ଘରଖଁଡ଼େ ଯୁଗେଇ ଦେବାର ବେବସ୍‌ତା କରାଯାଇପାରତା ବଲି ସେ କହିଛନ୍‌।

Share