Categories: ଜାତୀୟ

ବାରମୁଳାରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାଁମୁହିଁ

ଶ୍ରୀନଗର,୧୭।୭: ଜମ୍ମୁ-କଶ୍ମୀର ବାରମୁଳା ଜିଲାରେ ବୁଧବାର ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି। ସ୍ଥାନୀୟ ସୋପୋରେ ଅଞ୍ଚଳର ଗୁଣ୍ଡ ବ୍ରଥ ଗାଁର ମୀର୍‌ ମହଲାଠାରେ କିଛି ଆତଙ୍କବାଦୀ ଲୁଚିଥିବା ଖବର ପାଇ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଘେରାବନ୍ଦୀ ଆରମ୍ଭ ହୋଇଥିଲା। ସୁରକ୍ଷା ଦୃଷ୍ଟିରୁ ସ୍ଥାନୀୟ ଅଞ୍ଚଳରେ ଇଣ୍ଟରନେଟ୍‌ ଓ ମୋବାଇଲ୍‌ ସେବାକୁ ସାମୟିକ ବନ୍ଦ କରାଯାଇଥିବା କୁହାଯାଉଛି। ସର୍ଚ୍ଚ ଅପରେଶନ ଶେଷ ହେଲା ପରେ ପୁଣି ଏହି ସେବା ଜାରି ହେବ।

Share