Categories: ଜାତୀୟ

ବାରମୂଳାରୁ ଲସ୍କର-ଇ-ତୋଏବାର ଜଣେ ଆତଙ୍କବାଦୀ ଗିରଫ

ବାରମୂଳା,୨୮।୧: ଜମ୍ମୁ-କଶ୍ମୀର ପୋଲିସକୁ ବଡ଼ ସଫଳତା ମିଳିଛି। ମଙ୍ଗଳବାର ବାରମୁଳା ଜିଲାର ଅଣ୍ଡରଗାମ ପାଟ୍ଟନ ଅଞ୍ଚଳରୁ ଲସ୍କର-ଇ-ତୋଏବାର ଜଣେ ଆତଙ୍କବାଦୀଙ୍କୁ ଜମ୍ମୁ-କଶ୍ମୀର ପୋଲିସ ଗିରଫ କରିଛି। ଗିରଫ ଆତଙ୍କବାଦୀ ଜଣକ ହେଲେ ୧୯ ବର୍ଷୀୟ ସାଜିଦ ଫାରୁଖ ଡାର। ସାଜିଦଙ୍କ ଘର ବାନ୍ଦିପୋରା ଜିଲା ଗୁଣ୍ଡ ପ୍ରାଙ୍ଗ ମଦଭନ ହାଜିନରେ ବୋଲି ଜଣାପଡ଼ିଛି। ଆତଙ୍କବାଦୀ ସଂଗଠନ ଲସ୍କର-ଇ-ତୋଏବା ସହ ସାଜିଦଙ୍କ ସଂପୃକ୍ତି ଥିବା ନେଇ ପୋଲିସ ଟୁଇଟର ସୂଚନା ଦେଇଛି।

Share