ବାରମ୍ବାର ଗରମ କରନ୍ତୁ ନାହିଁ ଏସବୁ ଖାଦ୍ୟ

କିଛି ଖାଦ୍ୟ ଅଛି ଯାହାକୁ ବାରମ୍ବାର ଅବା ଦୁଇଥର ଗରମ କଲେ ଏହା ଶରୀରରେ କୁପ୍ରଭାବ ପକାଇଥାଏ ବୋଲି ନିକଟରେ କରାଯାଇଥିବା ଏକ ଗବେଷଣାରୁ ଜଣାପଡିଛି। ଗବେଷଙ୍କ କହିବା କଥା ହେଲା ବାରମ୍ବାର ଖାଦ୍ୟ ଗରମ କରିବା ଫଳରେ ଏଥିରେ ଥିବା ଗୁଣ ନଷ୍ଟ ହୋଇଯାଇଥାଏ। ଫଳରେ ଏହା ଶରୀର ଉପରେ କୁପ୍ରଭାବ ପକାଇଥାଏ।
ଚିକେନ୍‌: ଏଥିରେ ଥାଏ ପ୍ରଚୁର ପରିମାଣରେ ପ୍ରୋଟିନ୍‌। ହେଲେ ଏହାକୁ ଦ୍ୱିତୀୟ ଥର ଗରମ କଲେ ଏହି ପ୍ରୋଟିନ୍‌ କମ୍ପୋଜିଶନ ନଷ୍ଟ ହୋଇ ଯାଇଥାଏ। ଫଳରେ ଏହା ପାଚନ କ୍ରିୟା ଉପରେ କୁପ୍ରଭାବ ପକାଇଥାଏ।
ଅଣ୍ଡା: ଅଣ୍ଡାରୁ ପ୍ରସ୍ତୁତ ଯେକୌଣସି ଖାଦ୍ୟ ଏକାଥରେ ଖାଇବା ଭଲ। ଏହା ପୁଣିଥରେ ଗରମ କଲେ ଏଥିରୁ ବିଷାକ୍ତ ପଦାର୍ଥ ନିର୍ଗତ ହୋଇଥାଏ ବୋଲି ଗବେଷକମାନେ କହିଛନ୍ତି। ଯାହା ଶରୀର ପାଇଁ କ୍ଷତିକାରକ।
ଛତୁ: ଏହା ଖାଇବାକୁ ବେଶ୍‌ ସ୍ବାଦିଷ୍ଟ। ହେଲେ ଏହାକୁ ଥରେ ରୋଷେଇ କରି ଏକାଥରେ ଖାଇଦେବା ଭଲ। କାରଣ ଛତୁ କାଟିବା ଆରମ୍ଭ କଲେ ଏଥିରେ ଥିବା ପ୍ରୋଟିନ୍‌ କମ୍‌ ହେବାରେ ଲାଗିଥାଏ। ତେଣୁ ଏହାକୁ ଦ୍ୱିତୀୟ ଥର ଗରମ କଲେ ଏହା ପେଟ ସମସ୍ୟା ସୃଷ୍ଟି କରିଥାଏ।
ପାଳଙ୍ଗ: ଏହା ଶରୀର ପାଇଁ ଲାଭକାରୀ। ହେଲେ ଏହାକୁ ଦ୍ୱିତୀୟ ଥର ଗରମ କଲେ ଏଥିରେ ଥିବା ନାଇଟ୍ରେଟ୍‌ ଶରୀର ପଇଁ ବିଷ ସଦୃଶ। ଆଉ ଦ୍ୱିତୀୟ ଥର ଗରମ ହୋଇଥିବା ପାଳଙ୍ଗ ଖାଇଲେ କ୍ୟାନସର ସୃଷ୍ଟି ହୁଏ ବୋଲି କହିଛନ୍ତି ବିଶେଷଜ୍ଞ।
ଆଳୁ: ଏହାକୁ ପରିବା ଭିତରେ ରାଜା ବୋଲି କୁହାଯାଏ। ହେଲେ ସିଝା ଆଳୁକୁ ବେଶି ସମୟ ନ ରଖି ତାକୁ ତୁରନ୍ତ ଖାଇବା ଭଲ। କାରଣ ଆଳୁକୁ ବାରମ୍ବାର ଗରମ କରି ଖାଇଲେ ହଜମ ଶକ୍ତି ସମସ୍ୟା ଓ ପେଟ ସମସ୍ୟା ଉପୁଜିଥାଏ।