ଅଭିନେତ୍ରୀ ଜାହ୍ନବୀ କପୁର ଏବେ ବାରାଣସୀରେ ଛୁଟି ମନାଉଛନ୍ତି। ଏହି ସମୟର କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତାଙ୍କର ଜଣେ ବାନ୍ଧବୀଙ୍କ ସହ ସେ ଗଙ୍ଗାଘାଟରେ ଖୁବ୍ ମଜା କରୁଥିବା ଫଟୋରେ ଦେଖିବାକୁ ମିଳିଛି।
ସେହିପରି ଏଠାକାର ପାରମ୍ପରିକ ପୋଷାକ ପିନ୍ଧି ପ୍ରତ୍ୟେକ ଗଳିକନ୍ଦିରେ ଫଟୋ ପାଇଁ ଜାହ୍ନବୀ ସୁନ୍ଦର ସୁନ୍ଦର ପୋଜ୍ ଦେବାକୁ ଆଦୌ ଭୁଲି ନାହାନ୍ତି। ସେ ତାଙ୍କ ଇନ୍ଷ୍ଟାଗ୍ରାମରେ ଏହି ଫଟୋଗୁଡ଼ିକୁ ଶେୟାର କରିଛନ୍ତି। ତାଙ୍କ ବାନ୍ଧବୀଙ୍କ ସହ ଗଙ୍ଗାନଦୀରେ ନୌକା ବିହାର ବି କରିଛନ୍ତି।
ଗଙ୍ଗାମାତାଙ୍କ ପୂଜାର୍ଚ୍ଚନା କରି ଆଶୀର୍ବାଦ ଭିକ୍ଷା କରିଛନ୍ତି। ଗଙ୍ଗା ସେବା ନିଧିର ଅଧ୍ୟକ୍ଷ ସୁଶାନ୍ତ ମିଶ୍ର, ସଚିତ ହନୁମାନ ଯାଦବ ଅଙ୍ଗବସ୍ତ୍ର ଏବଂ ମାନପତ୍ର ଦେଇ ଜାହ୍ନବୀଙ୍କୁ ସ୍ବାଗତ କରିଛନ୍ତି।