Categories: ଜାତୀୟ

ବାରାଣସୀରେ ବିଦ୍ୟୁତ୍‌ କାଟ୍‌: ହାଣ ମୁହଁରେ ନିର୍ଦ୍ଦେଶକ; ତଳ ପଦବୀରେ ଇଞ୍ଜିନିୟର ଭାବେ ହେଲେ ନିଯୁକ୍ତ

ଲକ୍ଷ୍ନୌ,୨।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଂସଦୀୟ କ୍ଷେତ୍ର ବାରାଣସୀରେ ବିଦ୍ୟୁତ୍‌ କାଟ୍‌ ଯୋଗୁ ଶକ୍ତିି ବିଭାଗର ଜଣେ ନିର୍ଦ୍ଦେଶକ ପ୍ରଶାସନର ହାଣ ମୁହଁରେ ପଡ଼ିଛନ୍ତି। ତାଙ୍କୁ ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ ଯୋଗୀ ସରକାର ନିର୍ଦ୍ଦେଶକ ପଦବୀରୁ ହଟାଇ ତଳ ପଦବୀରେ ଇଞ୍ଜିନିୟର ଭାବେ ନିଯୁକ୍ତ କରିଛନ୍ତି। ନିର୍ଦ୍ଦେଶକ ଅଂଶୁଳ ଅଗ୍ରଓ୍ବାଲଙ୍କ ବିରୋଧରେ କାର୍ଯ୍ୟରେ ଅବହେଳା ଅଭିଯୋଗ ଅଣାଯାଇଛି। ସେ ବୈଷୟିକ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିଲେ। ଅଭିଯୋଗ ମିଳିବା ପରେ ତାଙ୍କୁ ମୁଖ୍ୟଯନ୍ତ୍ରୀ ପଦବୀରେ ନିଯୁକ୍ତ କରାଯାଇଛି। ଜୁଲାଇ ୭ରେ ଏଠାରେ ୧୮ ଘଣ୍ଟା ବିଦ୍ୟୁତ୍‌ କାଟ୍‌ ହୋଇଥିବା ବେଳେ ଜୁଲାଇ ୨୧ରେ ୩୬ ଘଣ୍ଟା ବିଦ୍ୟୁତ୍‌ କାଟ୍‌ ହୋଇଥିଲା। ଏନେଇ ଶକ୍ତି ମନ୍ତ୍ରୀ ଶ୍ରୀକାନ୍ତ ଶର୍ମା ରିପୋର୍ଟ ତଲବ କରିଥିଲେ। ଏହାପରେ ମନ୍ତ୍ରୀ ଅଂଶୁଳଙ୍କୁ ତଳିଆ ପଦବୀରେ ନିଯୁକ୍ତି କରିବାକୁ ନିର୍ଦ୍ଦେଶ ଦେଇଥିଲେ।

Share