Categories: ଜାତୀୟ

ବାରାଣସୀ, ଅଯୋଧ୍ୟା ଉପରେ ରହିଛି ଆତଙ୍କବାଦୀଙ୍କ ନଜର

ଗୋରଖପୁର,୧୮।୧୦: ନେପାଳ ସୀମା ଅତିକ୍ରମ କରି ଉତ୍ତର ପ୍ରଦେଶର ଗୋରଖପୁର ଦେଇ ଭାରତରେ କେତେଜଣ ଆତଙ୍କବାଦୀ ପ୍ରବେଶ କରିବା ସୂଚନା ମିଳିବା ପରେ, ଗୋରଖପୁର ଓ ଏହାର ଆଖପାଖ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ତେବେ ଗୁଇନ୍ଦା ସଂସ୍ଥାକୁ ମିଳିଥିବା ସୂଚନା ଆଧାରରେ ଲସ୍କର-ଇ-ତୋଏବାର କେତେଜଣ ଆତଙ୍କବାଦୀ ପ୍ରଥମେ ନେପାଳରେ ରହିବା ପରେ ଭାରତ ପ୍ରବେଶ କରିବାକୁ ଉଦ୍ରମ କରିଥିଲେ। ଆଉ ଏମାନଙ୍କର ନେତୃତ୍ୱ ନେଇଥିଲେ ମହମ୍ମଦ ଉମର ମଦନି। ସୂଚନା ଅନୁଯାୟୀ, ମଦନି ମାର୍ଚ୍ଚ ଓ ମେ’ରେ ନେପାଳର ଜଣେ ଯୁବକଙ୍କ ସହାୟତାରେ ଗୋରଖପୁର, ବାରାଣସୀ ଓ ଅଯୋଦ୍ଧା ଆସିବା ସହ ସେଠାରେ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଗୁଡିକ ଉପରେ ତଥ୍ୟ ସଂଗ୍ରହ କରିଥିଲେ। ଏହିସବୁ ସହରରେ ରହି ସେ ସ୍ଥାନୀୟ ଲୋକଙ୍କ ସହ ମଧ୍ୟ ମିଶିଥିବା ଗୁଇନ୍ଦା ବିଭାଗ ଜାଣିବାକୁ ପାଇଛି। ତେଣୁ ଲସ୍କର-ଇ-ତୋଏବା ଟାର୍ଗେଟରେ କେବଳ ଗୋରଖପୁର ନୁହେଁ ବରଂ ବାରାଣସୀ ଓ ଅଯୋଧ୍ୟା ରହିଛି ବୋଲି ଗୁଇନ୍ଦା ସଂସ୍ଥା ଅନୁମାନ ଲଗାଇଛି।

Share