Categories: ଜାତୀୟ

ବାରାଣସୀ ଘାଟ ଶ୍ମଶାନର ସଂସ୍କାରକ ହେଲେ ମୋଦିଙ୍କ ପ୍ରସ୍ତାବକ

ବାରାଣସୀ,୨୭।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାରାଣସୀ ଲୋକ ସଭା ଆସନ ପାଇଁ ନାମାଙ୍କନ ଦାଖଲ କରିଛନ୍ତି। ମୋଦିଙ୍କ ଚାରିଜଣ ପ୍ରସ୍ତାବକଙ୍କ ମଧ୍ୟରେ ରହିଛନ୍ତି ଶ୍ମଶାନ ଘାଟର ଜଣେ ସଂସ୍କାରକାରୀ। ସେ ହେଉଛନ୍ତି ଜଦୀଶ୍‌ ପ୍ରକାଶ ଚୌଧୁରୀ। ବୃଦ୍ଧ ଜଦୀଶ୍‌ ବାରାଣସୀ ଶ୍ମଶାନ ଘାଟରେ ଜଣେ ସଂସ୍କାରକ ଭାବେ କାମ କରନ୍ତି। ସେହିପରି ଅନ୍ୟ ପ୍ରସ୍ତାବକଙ୍କ ମଧ୍ୟରେ ରହିଛନ୍ତି ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ ଅଧୀନରେ କାର୍ଯ୍ୟ କରୁଥିବା ମହିଳା ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷା ୯୧ ବର୍ଷ ବୟସ୍କା ଅର୍ନପୂର୍ଣ୍ଣା ଶୁକ୍ଳା। ଅନ୍ୟ ପ୍ରସ୍ତାବକଙ୍କ ମଧ୍ୟରେ ରହିଛନ୍ତି ଆର୍‌ଏସ୍‌ଏସ୍‌ କର୍ମୀ ସୁଭାଷ ଗୁପ୍ତା ଏବଂ କୃଷି ବୈଜ୍ଞାନିକ ରମାକାନ୍ତ ଶୁକ୍ଳା ପ୍ରମୁଖ।

Share