ବାରିଗାଁ-ପୁରୁଣିଆ ରାସ୍ତାରୁ ମୃତଦେହ ଉଦ୍ଧାର: କାରଣ ଅସ୍ପଷ୍ଟ

ଘସିପୁରା,୩୧।୧୦(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଘସିପୁରା ଥାନା ଅନ୍ତର୍ଗତ ବାରିଗାଁ-ପୁରୁଣିଆ ରାସ୍ତା ବିଲ ପାର୍ଶ୍ୱରୁ ଗୁରୁବାର ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ସେ ହେଲେ ଗୁହାଳିଆ ଗ୍ରାମ ବଇଁଚ ସାହିର ରୋହିତ ଜେନା(୪୦)।
ପ୍ରକାଶ ଯେ, ପାରିବାରିକ କଳହକୁ କେନ୍ଦ୍ରକରି ରୋହିତ ଗତ ମଙ୍ଗଳବାରଠାରୁ କେଉଁଆଡ଼େ ଚାଲିଯାଇଥିଲେ। ମାତ୍ର ବୁଧବାର ରାତିରେ ସେ ଘରକୁ ଫେରି ପୁନର୍ବାର କେଉଁଆଡ଼େ ଯାଇଥିବା ପରିବାର ଲୋକେ କହିଛନ୍ତି। ରୋହିତଙ୍କ ବେକରେ ଏକ ଦଉଡ଼ି ଲାଗିଥିବା ଦେଖିବାକୁ ମିଳିଛି। ପାରିପ୍ବାର୍ଶିକ ସ୍ଥିତିରୁ ଏହା ହତ୍ୟା ନା ଆମତ୍ହତ୍ୟା ତାହା ସ୍ପଷ୍ଟ ହୋଇନାହିଁ। ଖବର ପାଇ ଆନନ୍ଦପୁର ଏସ୍‌ଡିପିଓ ବିଦ୍ୟୁତ ପଣ୍ଡା ଓ ଘସିପୁରା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ମୃତଦେହ ବ୍ୟବଚ୍ଛେଦ ପାଇଁ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନା ପଠାଯାଇଥିବା ଜଣାପଡ଼ିଛି।