ବାରିପଦାରେ କରୋନା ନିର୍ଦ୍ଦେଶକୁ ଅଣଦେଖା: ଏଟିଏମ୍‌ କାଉଣ୍ଟରରେ ନାହିଁ ସାନିଟାଇଜର ବ୍ୟବସ୍ଥା, ବାଲ୍‌ଟିରେ ରଖାଯାଉଛି ପାଣି

ବାରିପଦା ଅଫିସ, ୭ା୪- ବର୍ତ୍ତମାନ ସାରା ବିଶ୍ୱରେ କରୋନା ଭାଇରସ୍‌ ଆତଙ୍କ ଖେଳାଇଛି। ଏହି ସଂକ୍ରମଣକୁ ରୋକିବା ପାଇଁ ବିଭିନ୍ନ ପଦକ୍ଷେପମାନ ନିଆଯାଉଛି। ଏହି ପରିପ୍ରେକ୍ଷୀରେ ପ୍ରତି ଏଟିଏମ୍‌ କାଉଣ୍ଟରକୁ ସାନିଟାଇଜ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ମାତ୍ର ଜିଲାରେ ଥିବା ବହୁ ଏଟିଏମରେ ଏହି ନିର୍ଦ୍ଦେଶକୁ ଅଣଦେଖା କରାଯାଉଛି। ବାରିପଦା ସହରରେ ମଧ୍ୟ କୌଣସି ଏଟିଏମ୍‌ରେ ସାନିଟାଇଜ ବ୍ୟବସ୍ଥା ନ ଥିବା ଦେଖିବାକୁ ମିଳୁଛି। ସହରର କିଛି ଏଟିଏମ୍‌ରେ ବାଲ୍‌ଟିରେ କିଛି ପାଣି ରଖାଯାଉଥିବା ଦେଖିବାକୁ ମିଳିଛି।

ପ୍ରକାଶ ଯେ, ଟଙ୍କା ଉଠାଣ ପୂର୍ବରୁ ଓ ପରେ ପ୍ରତି ଏଟିଏମ୍‌ରେ ସାନିଟାଇଜରରେ ଗ୍ରାହକମାନେ ହାତ ପରିଷ୍କାର ଭାବେ ଧୋଇ ଟଙ୍କା ଉଠାଇବା କଥା। ହେଲେ କୌଣସି ଏଟିଏମ୍‌ରେ ସାନିଟାଇଜର ବନ୍ଦୋବସ୍ତ କରାଯାଉ ନ ଥିବାରୁ ଲୋକେ ଅନ୍ୟ କୌଣସି ଉପାୟ ନ ପାଇ ଟଙ୍କା ଉଠାଣ କରୁଛନ୍ତି। ଟଙ୍କା ଉଠାଣ ସମୟରେ ଲୋକଙ୍କୁ କରୋନା ସଂକ୍ରମଣ ହେବାର ଆଶଙ୍କା ରହିଛି। ବ୍ୟାଙ୍କ୍‌ କର୍ତ୍ତୃପକ୍ଷ ଏଥିପ୍ରତି ଧ୍ୟାନ ଦେବା ପାଇଁ ସାଧାରଣରେ ଦାବି ହେଉଛି।

Share