ବାରିପଦାରେ ମଦମୃତ୍ୟୁ : ରାସ୍ତାକଡ଼ରୁ ୨ ମୃତଦେହ ଉଦ୍ଧାର

ବାରିପଦା ଅଫିସ,୫ା୮- ମୟୂରଭଞ୍ଜ ଜିଲା ବାରିପଦା ଟାଉନ ଥାନା ଓ ସଦର ଥାନା ଅଞ୍ଚଳରେ ମଦ୍ୟପାନ ଯୋଗୁଁ ଗୋଟିଏ ଦିନରେ ୨ ଜଣଙ୍କର ମୃତ୍ୟୁ ଘଟଛି। ବାରିପଦା ସହର କେସି ସର୍କିଲ ନିକଟରୁ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ବାରିପଦା ସଦର ଥାନା ଅଧୀନ ଦମଦାରପୁର ଛକ ନିକଟସ୍ଥ ରାସ୍ତା କଡରୁ ଅନ୍ୟ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି । ସେମାନେ ପ୍ରଚୁର ମଦ୍ୟପାନ କରି ରାସ୍ତା କଡ଼ରେ ପଡ଼ି ରହିଥିଲେ । ସହରରେ ଚୋରା ଓ ବିଷାକ୍ତ ମଦ କାରବାର ବୃଦ୍ଧି ପାଉଥିବା ବେଳେ ଏହି ଦୁଇ ଅପମୃତ୍ୟୁ ଘଟଣା ନେଇ ଅଞ୍ଚଳବାସୀ ଉଦ୍‌ବେଗ ପ୍ରକାଶ କରିଛନ୍ତି। ମୃତକଙ୍କ ପରିବାର ଏହାକୁ ମଦମୃତ୍ୟୁ ବୋଲି କହୁଥିବା ବେଳେ ପୋଲିସ ଥାନାରେ ୨ ଟି ଅପମୃତ୍ୟୁ ମାମଲା ରୁଜୁ କରିଛି। ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ପୋଲିସ କହିଛି।