ବାରିପଦା ପୌର ପରିଷଦରେ ଅନିୟମିତତା: ସମ୍ପର୍କୀୟଙ୍କୁ ମିଳିଛି ଦୋକାନ ଘର

ବାରିପଦା ଅଫିସ,୧।୮-ଉତ୍ତର ଓଡ଼ିଶାର ସାଂସ୍କୃତିକ ପ୍ରାଣକେନ୍ଦ୍ର ଭାବେ ବାରିପଦା ସହର ପରିଚିତ। ଏକଦା ଭଞ୍ଜଦେଓ ବଂଶର ରାଜଧାନୀ ଥିବା ଏହି ସହର ଏବେ ପୌର ପରିଷଦ ଦ୍ୱାରା ପରିଚାଳିତ ହେଉଛି। ତେବେ ଟେଣ୍ଡର ଫିକ୍ସିଂ, ହରିଶ୍ଚନ୍ଦ୍ର ଯୋଜନା ଅର୍ଥ ଟଙ୍କା ପ୍ରଦାନରେ ଅନିୟମିତତା, ନିର୍ମାଣ କାର୍ଯ୍ୟରେ ଅନିୟମିତତା ଆଦି ବିଭିନ୍ନ ଘଟଣାକୁ ନେଇ ଏହି ପୌର ପରିଷଦ ସବୁବେଳେ ସମାଲୋଚନାର ଶିକାର ହେଉଛି। ଠିକାଦାର ଓ ପୌର କର୍ମଚାରୀଙ୍କ ସମ୍ପର୍କୀୟଙ୍କ ନାଁରେ ଦୋକାନ ଘର ଦେବା ଘଟଣା ପୁଣି ଥରେ ଚର୍ଚ୍ଚାକୁ ଆସିଛି । ଏପରିକି କଚେରି ବଜାର ପରିସରରେ ୫ ଜଣଙ୍କୁ ଦୋକାନ ଘର ନିର୍ମାଣ ପାଇଁ ଲାଇସେନ୍ସ ପ୍ରଦାନ କରାଯାଇଛି। ପୌର ପରିଷଦ ପକ୍ଷରୁ ୨୦୧୨ ଓ ୨୦୧୩ରେ ଦୋକାନ ଗୃହ ନିର୍ମାଣ ପାଇଁ ମ୍ୟୁନିସିପାଲ ଆକ୍ଟର ୨୫୫ ଧାରା ଅନୁସାରେ ପ୍ରଥମେ ଜାଗା ପ୍ରଦାନ କରାଯାଇଥିଲା। ପରେ ୨୦୧୫ ମସିହାରେ ଉପରୋକ୍ତ ବ୍ୟକ୍ତିମାନଙ୍କୁ ଦୋକାନଘର ନିର୍ମାଣ ପାଇଁ ଅନୁମତି ଦିଆଯାଇଥିଲା। ପୌର ପରିଷଦର ଜଣେ ଯନ୍ତ୍ରୀଙ୍କ ତତ୍ତ୍ୱାବଧାନରେ ଏହି ବ୍ୟକ୍ତିମାନେ ଦୋକାନ ଘର ନିର୍ମାଣ କରିବେ ଏବଂ ଅନୁମତି ପତ୍ର ପାଇବାର ୬ ମାସ ମଧ୍ୟରେ ଦୋକାନ ଘର ନିର୍ମାଣ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଅନୁମତିପତ୍ର ପାଇବାର ୬ ମାସ ପରିବର୍ତ୍ତେ ପ୍ରାୟ ୪ ବର୍ଷ ପରେ ଏହା ନିର୍ମାଣ କରାଯାଉଛି। ନିୟମ ଖିଲାପ ସତ୍ତ୍ୱେ ପୌର କର୍ତ୍ତୃପକ୍ଷ ଏମାନଙ୍କୁ ଅନୁକମ୍ପା ଦେଖାଇଥିବା ଅଭିଯୋଗ ହୋଇଛି। ଏପରିକି ଗତ ଫେବୃୟାରୀରେ ପୌର ପରିଷଦ ବୋର୍ଡ ଭାଙ୍ଗିବା ପୂର୍ବରୁ ଦୋକାନଗୃହ ନିର୍ମାଣ ପାଇଁ ଦିଆଯାଇଥିବା ଅନୁମତିପତ୍ରକୁ ବାତିଲ କରି ପୁନର୍ବାର ଅନୁମତିପତ୍ର ପ୍ରଦାନ କରାଯାଇଛି। ଏସମ୍ପର୍କରେ ମ୍ୟୁନିସିପାଲିଟି ନିର୍ବାହୀ ଅଧିକାରୀ ସରୋଜ କୁମାର ଦାସଙ୍କୁ ପଚାରିବାରୁ ସେ ଏହାକୁ ଖଣ୍ଡନ କରି ଏପରି ହୋଇ ନ ଥିବା କହିଛନ୍ତି। କିନ୍ତୁ ବ୍ୟବସାୟୀ ଓ ସାଧାରଣ ଲୋକେ ଏନେଇ ପ୍ରଶ୍ନ ଉଠାଇଛନ୍ତି। ସେହିପରି କଚେରି ମାର୍କେଟ ପରିସରରେ ପୌର ପରିଷଦ ପକ୍ଷରୁ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ କରାଯାଉଛି। ଏଥିପାଇଁ ୨୦୧୬ ମସିହାରେ ବ୍ୟବସାୟୀଙ୍କୁ କଚେରି ମାର୍କେଟର କିଛି ନିର୍ଦ୍ଦିିଷ୍ଟ ସ୍ଥାନରୁ ଉଠାଯାଇଥିଲା। ସେମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ଥଇଥାନ କରିବା ପରିବର୍ତ୍ତେ ଠିକାଦାର ଓ ପୌରକର୍ମଚାରୀଙ୍କ ସମ୍ପର୍କୀୟଙ୍କୁ ଦୋକାନ ଘର ନିର୍ମାଣ ପାଇଁ ଅନୁମତି ଦେବା ପୌର କର୍ତ୍ତୃପକ୍ଷଙ୍କ ଅସଲ ଉଦ୍ଦେଶ୍ୟକୁ ପଦାରେ ପକାଇଛି। ଏହି ବ୍ୟବସାୟୀମାନେ ସେତେବେଳେ ଜିଲାପାଳଙ୍କ ଜନଶୁଣାଣି ଶିବିରରେ ଅଭିଯୋଗ କରିଥିଲେ। ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ସେହି ସମୟରେ ଉତ୍ତର ଦେଇଥିଲେ, କଚେରି ମାର୍କେଟ ପରିସରରେ ସ୍ଥାୟୀ ଦୋକାନ ଘର ନିର୍ମାଣ କରାଯିବା ପାଇଁ ବ୍ୟବସାୟୀମାନଙ୍କୁ ଉଚ୍ଛେଦ କରାଯାଇଛି। ସ୍ଥାୟୀ ଦୋକାନ ନିର୍ମାଣ ନ ହେବା ପର୍ଯ୍ୟନ୍ତ ଏହି ବ୍ୟବସାୟୀମାନେ ଅସ୍ଥାୟୀ ଭାବେ ବ୍ୟବସାୟ କରିବେ। ଏପରିସ୍ଥଳେ ଏହି କଚେରି ମାର୍କେଟ ପରିସରରେ ପ୍ରକୃତ ବ୍ୟବସାୟୀମାନଙ୍କୁ ଦୋକାନ ଘର ନିର୍ମାଣ କରିବା ପାଇଁ ଜାଗା ନ ଦେଇ ବାହାର ଲୋକଙ୍କୁ ଜାଗା ଦେବା ଘଟଣା ବ୍ୟବସାୟୀଙ୍କୁ ଆଲୋଡିତ କରିଛି। ଏହି ବ୍ୟକ୍ତିମାନେ କିଛିଦିନ ହେବ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଛନ୍ତି। ଠିକାଦାର ଓ ପୌର କର୍ମଚାରୀଙ୍କ ଚଞ୍ଚକତା ଦ୍ୱାରା ଏଭଳି କାରସାଦି କରାଯାଇଥିବା ସମାଜିକକର୍ମୀ କିଶୋର ବେହେରା ଅଭିଯୋଗ କରଏହାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭୋକିଲା ଚୋର: ଚୋରି କରିବାକୁ ଆସି ଖାଇଗଲେ ରାବିଡି-ଲସି, ଲୁଟିନେଲେ ଅମୁଲକୁଲ୍‌

ପାଟଣା,୧୩।୧୧(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗା ବଜାରରୁ ମଙ୍ଗଳବାର ବିଳମ୍ବିତ ରାତିରେ ୩ଟି ଦୋକାନରୁ ତାଲା ଭାଙ୍ଗି ଦୁର୍ବୃତ୍ତ ଚୋରି କରି ନେଇଛନ୍ତି।...

ବଡସିଂହାର ବେଶରେ ଦର୍ଶନ ବାବା ଧବଳେଶ୍ୱର: ଦେଖିବାକୁ ଭକ୍ତଙ୍କ ଲମ୍ବା ଲାଇନ 

କଟକ,୧୩।୧୧: ବଡ଼ଓଷା ପାଇଁ ଧବଳେଶ୍ୱରଙ୍କ ପୀଠ ବୁଧବାର ଚଳଞ୍ଚଳ ହୋଇ ଉଠିଛି। ବଡ଼ଓଷାରେ ବଡସିଂହାର ବେଶରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ୱର । ରାତ୍ର ୩ଟାରେ...

ପୂର୍ବତନ ସରପଞ୍ଚଙ୍କୁ ହତ୍ୟା: ପାଣିରେ ପଡିଛି ରକ୍ତ ଜୁଡୁବୁଡୁ ମୃତଦେହ

ଭଦ୍ରକ,୧୩।୧୧(ସନାତନ ରାଉତ): ଭଦ୍ରକ ବ୍ଲକ ବନ୍ଧଗାଁ ପୂର୍ବତନ ସରପଞ୍ଚ ତଥା ଆମ୍ବରୋଳି ସମବାୟ ସମିତିର ସଭାପତି ଚିତ୍ତ ରଞ୍ଜନ ରାଉତ (ନାଲୁ)ଙ୍କୁ ମଙ୍ଗଳବାର ରାତିରେ ହତ୍ୟା...

ପଞ୍ଚୁକ ପାଇଁ ଜଗନ୍ନାଥ ମନ୍ଦିରରେ ପ୍ରବଳ ଭିଡ଼

ଜି ଉଦୟଗିରି, ୧୩।୧୧(ଶିଶିର ପଟ୍ଟନାୟକ): ଜି ଉଦୟଗିରି ଜଗନ୍ନାଥ ମନ୍ଦିରରେ କାର୍ତ୍ତିକ ମାସ ପଞ୍ଚୁକ ନିମନ୍ତେ ଶ୍ରଦ୍ଧାଳୁଙ୍କ ପ୍ରବଳ ଗହଳି ଲାଗି ରହିଛି । ବିଶେଷ...

ଏମ୍‌କେସିଜିରେ ପ୍ରସୂତିଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା

ବ୍ରହ୍ମପୁର,୧୩।୧୧(ସୁବାସ ଚନ୍ଦ୍ର ପାଢ଼ୀ): ଏମକେସିଜି ମେଡିକାଲରେ ପଜେଟିଭ ବଦଳରେ ନେଗେଟିଭ ଗ୍ରୁପର ରକ୍ତ ଦିଆଯିବା ସହ ଠିକ ସମୟରେ ଚିକିତ୍ସା କରା ନଯିବାରୁ ଜଣେ ପ୍ରସୂତିଙ୍କ...

ବାତ୍ୟାର ୧୯ ଦିନ ବିତିଲା, ରାସ୍ତା ଉପରୁ ହଟୁନି ଗଛ

ଔପଦା, ୧୩।୧୧(ଧରିତ୍ରୀ ପଣ୍ଡା): ବାଲେଶ୍ୱର ଜିଲା ଔପଦା ବ୍ଲକ ଫତେପୁର ପଞ୍ଚାୟତ ପାଇକପଡା ଗ୍ରାମ ତୁଟାସାହି ମୁଖ୍ୟରାସ୍ତା ଉପରେ ବାତ୍ୟାରେ ଏକ ବିରାଟ ତେନ୍ତୁଳି ଗଛ...

ଶୁଦ୍ଧିକ୍ରିୟା ସରିଥିଲା, ୧୫ ବର୍ଷ ପରେ ଫେରିଲେ ପୁଅ

ପାଟଣା,୧୩।୧୧(ବୀର କିଶୋର ଦାଶ): ପୁଅକୁ ଯେତେବେଳେ ୧୪ ବର୍ଷ ହୋଇଥିଲା କେଉଁଆଡ଼େ ପଳାଇଥିଲେ। ଦୀର୍ଘ ବର୍ଷ ଧରି ପୁଅ ନ ଫେରିବାରୁ ପରିବାର ଓ ସମ୍ପର୍କୀୟମାନେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri