ବାରିପଦା ଫାଶୀଦଣ୍ଡ ମାମଲା: ହାଇକୋର୍ଟରେ ଯୁକ୍ତି ଉପସ୍ଥାପନ

କଟକ ଅଫିସ,୧୭ା୧: ନାବାଳିକା ବଳାତ୍କାର ଓ ହତ୍ୟା ମାମଲାରେ ଫାଶୀଦଣ୍ଡ ପାଇଥିବା ଆସାମୀ ଯାମିନକାନ୍ତ ମହନ୍ତଙ୍କ ଆବେଦନ ଉପରେ ହାଇକୋର୍ଟରେ ଯୁକ୍ତି ଉପସ୍ଥାପନ ଜାରି ରହିଛି। ମହନ୍ତଙ୍କ ପକ୍ଷରୁ ଆଡଭୋକେଟ ଦେବାଶିଷ ପଣ୍ଡା ଗୁରୁବାର ଯୁକ୍ତି ଉପସ୍ଥାପନ କରିଥିଲେ। ଶୁକ୍ରବାର ପୁଣି ଉକ୍ତ ମାମଲାର ଶୁଣାଣି କରାଯିବ। ସୂଚନାଥାଉ କି, ୨୦୧୮ ଜୁନ୍‌ ୧୮ ତାରିଖରେ ମୟୂରଭଞ୍ଜ ଜିଲା ବେତନଟି ଥାନା ଅଞ୍ଚଳରେ ଏହି ଘଟଣା ଘଟିଥିଲା। ୮ ବର୍ଷ ବୟସର ଜଣେ ନାବାଳିକାଙ୍କୁ ସାଇକେଲ ଶିଖାଇଦେବା ବାହାନାରେ ଅଭିଯୁକ୍ତ ମହନ୍ତ ତାଙ୍କୁ ବଳାତ୍କାର ପରେ ହତ୍ୟା କରିଥିଲେ। ଉକ୍ତ ମାମଲାରେ ତଳ କୋର୍ଟ ୨୭ ଜଣ ସାକ୍ଷୀଙ୍କ ସାକ୍ଷ୍ୟ ପ୍ରମାଣକୁ ଆଧାର କରି ମହନ୍ତଙ୍କୁ ଫାଶୀଦଣ୍ଡରେ ଦଣ୍ଡିତ କରିଥିଲେ। ତଳ କୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ମହନ୍ତ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସରକାରଙ୍କ ପକ୍ଷରୁ ଆଡଭୋକେଟ ଜନ୍ମେଞ୍ଜୟ କଟିକିଆ ମାମଲା ପରିଚାଳନା କରୁଛନ୍ତି।

Share