ବାରିପଦା ଫାଶୀଦଣ୍ଡ ମାମଲା: ୧୪ରେ ପରବର୍ତ୍ତୀ ଶୁଣାଣି

କଟକ ଅଫିସ,୧୦।୧: ୮ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା କରିବା ଘଟଣାର ଅଭିଯୁକ୍ତ ଯାମିନୀକାନ୍ତ ମହନ୍ତଙ୍କୁ ତଳକୋର୍ଟ ଫାଶୀଦଣ୍ଡରେ ଦଣ୍ଡିତ କରିଛନ୍ତି। ଉକ୍ତ ଫାଶୀ ଦଣ୍ଡାଦେଶ ମାମଲାର ଶୁଣାଣି ଗୁରୁବାର ହାଇକୋର୍ଟରେ ହୋଇଥିଲା। ବିଚାରପତି ଜଷ୍ଟିସ ଅକ୍ଷୟ କୁମାର ମିଶ୍ର ଓ ବିଚାରପତି ଜଷ୍ଟିସ ଏସ୍‌.କେ. ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଆସନ୍ତା ୧୪ ତାରିଖକୁ ଧାର୍ଯ୍ୟ କରିଛନ୍ତି। ସୂଚନାଥାଉ କି, ୨୦୧୮ ଜୁନ୍‌ ୧୮ ତାରିଖରେ ଉକ୍ତ ଘଟଣା ଘଟିଥିଲା। ରଜ ସମୟରେ ଗ୍ରାମ ଉତ୍ସବମୁଖର ଥିବାବେଳେ ନାବାଳିକା ଜଣକ ସାଇକେଲ ଶିଖୁଥିଲେ। ଏହି ସମୟରେ ଯାମିନୀକାନ୍ତ ତାଙ୍କୁ ସାଇକେଲ ଶିଖାଇବା ବାହାନାରେ ଜଙ୍ଗଲ ଭିତରକୁ ଡାକିନେଇ ବଳାତ୍କାର ପରେ ହତ୍ୟା କରିଥିଲେ।

Share