ବାରିପଦା ବସଷ୍ଟାଣ୍ଡରୁ ଗଞ୍ଜେଇ ଜବତ, ୨ ଅଣଓଡ଼ିଆ ଗିରଫ

ବାରିପଦା ଅଫିସ,୧୪।୯: ବାରିପଦା ବସ୍‌ଷ୍ଟାଣ୍ଡରୁ ବାରିପଦା ଟାଉନ ଥାନା ପୋଲିସ ଶନିବାର ୧୫ କେଜି ଗଞ୍ଜେଇ ଜବତ କରିଛି। ଏହି କାରବାରରେ ସମ୍ପୃକ୍ତ ୨ ଅଣ ଓଡ଼ିଆଙ୍କୁ ପୋଲିସ ଗିରଫ କରିଛି। ସେମାନେ ହେଲେ ରଞ୍ଜିତ ମଣ୍ଡଳ ଓ ବାବୁଲୁ ସର୍ଦାର।
ସୂଚନା ମୁତାବକ, ଭୁବନେଶ୍ୱରରୁ ଏକ ବସ୍‌ରେ ରଞ୍ଜିତ ଓ ବାବୁଲୁ ବାରିପଦା ଯାଇଥିଲେ। ସେଠାରୁ ସେମାନେ ଅନ୍ୟ ଏକ ବସ୍‌ ଯୋଗେ କଲିକତା ଯିବାକୁ ଯୋଜନା କରୁଥିଲେ। ବସ୍‌ କର୍ମଚାରୀ ସନ୍ଦେହକରି ବାରିପଦା ଟାଉନ ଥାନା ପୋଲିସକୁ ଖବର ଦେଇଥିଲେ। ପରେ ଡିଏସ୍‌ପି ସବିତା ମାଝୀ, ଟାଉନ ଥାନା ଅଧିକାରୀ ଅଶୋକ କୁମାର ନାୟକ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତଦ୍ୱୟଙ୍କୁ ଗିରଫ କରିବା ସହିତ ସେମାନଙ୍କ ନିକଟରୁ ଗଞ୍ଜେଇ ଜବତ କରିଛନ୍ତି।