ବାରିପଦା ମେଡିକାଲ କଲେଜରେ ଅବ୍ୟବସ୍ଥା,କର୍ତ୍ତୃପକ୍ଷଙ୍କୁ ତାଗିଦ କଲେ ଆଇନ ମନ୍ତ୍ରୀ

ବାରିପଦା ଅଫିସ,୧୫ା୮: ମୟୁରଭଞ୍ଜ ଜିଲା ବାରିପଦାଠାରେ ଜିଲାସ୍ତରୀୟ ସାଧୀନତା ଦିବସ ପାଳନ ସମାରୋହରେ ପଞ୍ଚାୟତିରାଜ ଓ ଆଇନ ବିଭାଗ ପ୍ରତାପ ଜେନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ପତାକା ଉତ୍ତୋଳନ ପରେ ମନ୍ତ୍ରୀ ଜେନା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲକୁ ଯାଇ ରୋଗୀମାନଙ୍କୁ ଫଳ ବଣ୍ଟନ କରିଥିଲେ। ଡାକ୍ତରଖାନା ପରିଦର୍ଶନ ବେଳେ ମେଡିକାଲ କଲେଜର ବିଭିନ୍ନ ଅବ୍ୟବସ୍ଥା ଦେଖି ମନ୍ତ୍ରୀ ଅସନ୍ତୋଷ ପ୍ରକାଶ କରିଥିଲେ। ମେଡିକାଲ ପରସରରେ ସଫେଇ କାର୍ଯ୍ୟ ବନ୍ଦ, ବାହାରୁ ରୋଗୀ ଔଷଧ କିଣୁଥିବା ଆଦି ତାଙ୍କ ନଜରକୁ ଆସିଥିଲା। ଏଥିନେଇ ନେଇ ମନ୍ତ୍ରୀ ମେଡିକାଲ କର୍ତ୍ତୃପକ୍ଷଙ୍କୁ ତାଗିଦ କରିିଥିଲେ। ପରେ ସେ ବ୍ୟକ୍ତିଗତ ଭାବେ ରୋଗୀମାନଙ୍କ ସହ ଆଲୋଚନା କରିଥିଲେ। ମେଡିକାଲ କଲେଜ ଅଧୀକ୍ଷକ ଡାକ୍ତର ବି.ଏନ. ମହାପାତ୍ର ଓ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ପ୍ରଦୀପ କୁମାର ମହାପାତ୍ରଙ୍କୁ ଏଥିପ୍ରତି ସଜାଗ ରହିବା ପାଇଁ ମନ୍ତ୍ରୀ ପରାମର୍ଶ ଦେଇଥିଲେ।

Share