ବାରିମୂଳରୁ ମହିଳାଙ୍କ ମୃତଦେହ ଉଦ୍ଧାର

ଡେରାବିଶ, ୨୫ା୬(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ ଅଧୀନ ବାରିମୂଳ ପଞ୍ଚାୟତ କାର୍ଯ୍ୟାଳୟ ନିକଟରୁ ମଙ୍ଗଳବାର ସକାଳେ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି। ସେ ହେଲେ ବାରିମୂଳ ଆଦିବାସୀ ସାହିର ପାର୍ବତୀ ହେମ୍ବ୍ରମ୍‌(୪୨)।
ପରିବାରଙ୍କ ସୂଚନା ଅନୁଯାୟୀ, ସୋମବାର ପାର୍ବତୀ କାମ କରିବାକୁ ଯାଇଥିଲେ। ମାତ୍ର ଦିନ ୧୧ଟାରେ କାମ କରୁଥିବା ସ୍ଥାନରୁ କେଉଁଆଡ଼େ ପଳାଇଥିଲେ। ପରିବାର ପକ୍ଷରୁ ବହୁ ଖୋଜାଖୋଜି କରାଯାଇଥିଲେ ମଧ୍ୟ ପାର୍ବତୀଙ୍କୁ ପାଇ ନ ଥିଲେ। ତେବେ ମଙ୍ଗଳବାର ସକାଳୁ କେନ୍ଦ୍ରାପଡ଼ା-ଇନ୍ଦୁପୁର ରାସ୍ତା କଡ଼ରେ ଥିବା ଏକ ଗଛମୂଳେ ତାଙ୍କ ମୃତଦେହ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିବା ପରେ ପୋଲିସ୍‌କୁ ଖବର ଦେଇଥିଲେ। ମୃତର କାରଣ ଜଣାପଡ଼ିନାହିଁ। ଖବର ପାଇ ସଦର ଥାନା ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି। ତେବେ ପାର୍ବତୀଙ୍କ ପେଟରେ କିଛି ଦାଗ ରହିଥିବା ଦେଖିବାକୁ ମିଳିଛି।
ଉପଜିଲାପାଳ ସଞ୍ଜୟ କୁମାର ମିଶ୍ର ଓ ଅତିରିକ୍ତ ତହସିଲଦାର କାହ୍ନୁ ଚରଣ ଲେଙ୍କା, ୧୩ ନଂ. ଜୋନ୍‌ ଜିଲା ପରିଷଦ ସଭ୍ୟା ଜବା ମୁର୍ମୁ, ସରପଞ୍ଚ ଶୁଦ୍ଧଦେବ ବେହେରା ପ୍ରମୁଖ ଘଟଣାସ୍ଥଳ ଅନୁଧ୍ୟାନ କରି ଫେରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦରମାରେ ଗ୍ରାମଦେବୀଙ୍କ ପାଖେ ମାର୍ଜନା ହୋଇଥିଲା

କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ କଣ୍ଡିରା ଗ୍ରାମପଞ୍ଚାୟତର ତୁଳସୀପୁର ଗ୍ରାମରେ ଥିବା ଏକ ସାଧାରଣ କୃଷକ ପରିବାରରେ ମୋ ଜନ୍ମ। ପିଲାଟିବେଳୁ ପାଠପଢ଼ାରେ ଖୁବ୍‌ ଭଲ...

ବିଲ୍ ପାସ୍ କରିବା ପାଇଁ ଲାଞ୍ଚ ନେବା ବେଳେ ମାଡି ବସିଲା ଭିଜିଲାନ୍ସ

କେନ୍ଦ୍ରାପଡ଼ା,୧୭।୩: ଓଡ଼ିଶା ଭିଜିଲାନ୍ସ,କେନ୍ଦ୍ରାପଡ଼ା ଜିଲାର ରାଜକନିକାର ବ୍ଲକ ଶିକ୍ଷା ଅଧିକାରୀ (ବିଇଓ)ଙ୍କ କାର୍ଯ୍ୟାଳୟର ଆକାଉଣ୍ଟାଣ୍ଟ-କମ୍-ସହାୟକ କର୍ମଚାରୀ ମହମ୍ମଦ ଫିରୋଜ ଖାନଙ୍କୁ ୨୦,୦୦୦ ଟଙ୍କା ଲାଞ୍ଚ ନେବା...

ଭିତରକନିକାରେ ୪ ପ୍ରଜାତିର ୫୦୫ ଡଲ୍‌ଫିନ୍‌

ରାଜନଗର, ୧୨ା୩(ଭାସ୍କର ରାଉତରାୟ):ଚଳିତ ବର୍ଷ ଡଲ୍‌ଫିନ୍‌ ଗଣନା ରିପୋର୍ଟ ମଙ୍ଗଳବାର ପ୍ରକାଶ ପାଇଛି। ଏହି ଅନୁଯାୟୀ ସାରା ଓଡ଼ିଶାରେ ୭୧୦ଟି ଦେଖିବାକୁ ମିଳିଛି। କେବଳ ଭିତରକନିକରେ...

ଅନ୍ତର୍ଜାତୀୟ ମହିଳା ଦିବସ: ସସ୍ମିତାଙ୍କ ଦେହରେ ଏବେ ବି ରହିଛି ପୋଲିସ ଗୁଳି

କେନ୍ଦ୍ରାପଡ଼ା,୮ା୩ (ଜଗନ୍ନାଥ ଧଳ): ୨୦୧୫ ବିଶ୍ୱ ମହିଳା ଦିବସକୁ ଇତିମଧ୍ୟରେ ୧୦ ବର୍ଷ ପୂରିଛି। ଏହିଦିନରେ ମଦ ବିରୋଧରେ ଆନ୍ଦୋଳନରତ ମହିଳାଙ୍କୁ ପୋଲିସ ଗୁଳିମାଡ଼ ଘଟଣା...

ହଟିବ ବେଆଇନ ବିଜ୍ଞାପନ

ପଟ୍ଟାମୁଣ୍ଡାଇ,୮ା୩(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ପୌରାଞ୍ଚଳରେ ଘରୋଇ ପ୍ରଚାରପତ୍ର ଓ ବେଆଇନ ବିଜ୍ଞାପନ ହୋର୍ଡିଂ ଛାଇହୋଇଯାଇଛି। ସହରର ରାସ୍ତା ପାର୍ଶ୍ୱରେ ଏଭଳି ସ୍ଥିତି ଯୋଗୁ...

ଗହୀରମଥାରେ ଅଲିଭ୍‌ ରିଡ୍‌ଲେଙ୍କ ସମୂହ ଅଣ୍ଡାଦାନ

ରାଜନଗର,୭।୩(ଭାସ୍କର ରାଉତରାୟ): ଗହୀରମଥାରେ ଅଲିଭ୍‌ ରିଡ୍‌ଲେ କଇଁଛଙ୍କ ସାମୂହିକ ଅଣ୍ଡାଦାନ ପ୍ରକ୍ରିୟା ଜାରି ରହିଛି। ଦୁଇ ଦିନ ମଧ୍ୟରେ ୧ ଲକ୍ଷରୁ ଊର୍ଦ୍ଧ୍ୱ ଅଲିଭ୍‌ ରିଡ୍‌ଲେ...

ପୁଣି ବାରିମୂଳ ଆଶ୍ରମକୁ ଫେରିବେ Sarathi Baba! ହାଇକୋର୍ଟ କହିଲେ…

କଟକ,୫।୩: ପୁଣି ଚର୍ଚ୍ଚାରେ ସନ୍ତୋଷ ରାଉଳ ଓରଫ ସାରଥି Sarathi। କେନ୍ଦ୍ରାପଡ଼ା ବାରିମୂଳ ଫେରିବାକୁ ହାଇକୋର୍ଟ ସାରଥୀଙ୍କ ସର୍ତ୍ତମୂଳକ ଅନୁମତି ଦେଇଛନ୍ତି। ଅସୁସ୍ଥ ଭାଇଙ୍କୁ ଯାଇ...

ପୋଖରୀରୁ ୨ ଛାତ୍ରଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର: ପୋଲିସ ତଦନ୍ତ ଆରମ୍ଭ

ମହାକାଳପଡ଼ା,୫।୩(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧିନ ମାର୍ଶାଘାଇ ଥାନା ଅନ୍ତର୍ଗତ ସ୍ଥାନୀୟ ଖୁରୁସିଆ ପଞ୍ଚାୟତ ମା’ ବ୍ରହ୍ମାଣି ପୀଠ ପରିସର ପୋଖରୀରେ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image