Advertisement

ବାରୁଆଁରୁ ଭାଲୁ ଛୁଆ ଉଦ୍ଧାର

ଆନନ୍ଦପୁର,୧୩।୮(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ କଣ୍ଟିପାଳ ପଞ୍ଚାୟତ ବାରୁଆଁ ଗ୍ରାମରୁ ମଙ୍ଗଳବାର ଏକ ଭାଲୁ ଛୁଆ ଉଦ୍ଧାର କରାଯାଇଛି। ସ୍ଥାନୀୟ ଜଙ୍ଗଲରୁ ଭାଲୁ ଛୁଆଟି ଗ୍ରାମ ମଧ୍ୟକୁ ପଶିଆସିଥିବ ବେଳେ ଆଉ ଫେରିପାରି ନ ଥିଲା। ଗ୍ରାମ ଲୋକେ ଭାଲୁ ଛୁଆକୁ ସୁରକ୍ଷିତ ରଖି ବନ ବିଭାଗକୁ ଖବର ଦେଇଥିଲେ। ଆନନ୍ଦପୁର ବନ ବିଭାଗର ଏକ ଟିମ୍‌ ପହଞ୍ଚି ତାକୁ ଉଦ୍ଧାରକରି କାଠକଟା ନିକଟସ୍ଥ ସଂରକ୍ଷିତ ଜଙ୍ଗଲରେ ଛାଡିଥିବା ଜଣାପଡ଼ିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share