Advertisement

ବାରୁଆଁ ଗାଁରୁ ଭାଲୁ ଛୁଆ ଉଦ୍ଧାର

ଆନନ୍ଦପୁର,୧୩।୮(ସ୍ବ.ପ୍ର.)-ଆନନ୍ଦପୁର ବ୍ଲକ କଂଟିପାଳ ପଞ୍ଚାୟତ ବାରୁଆଁ ଗ୍ରାମରୁ ମଙ୍ଗଳବାର ଏକ ଭାଲୁ ଛୁଆ ଉଦ୍ଧାର ହୋଇଛି। ସ୍ଥାନୀୟ ଜଙ୍ଗଲରୁ ଭାଲୁ ଛୁଆଟି ଗ୍ରାମ ମଧ୍ୟକୁ ପଶିଆସିଥିଲା। ଆଉ ଫେରିପାରି ନ ଥିଲା। ଗ୍ରାମର ଲୋକେ ଭାଲୁ ଛୁଆକୁ ସୁରକ୍ଷିତ ରଖି ବନ ବିଭାଗକୁ ସୂଚନା ଦେଇଥିଲେ। ଆନନ୍ଦପୁର ବନ ବିଭାଗର ଏକ ଟିମ୍‌ ଭାଲୁ ଛୁଆକୁ ଉଦ୍ଧାର କରି କାଠିକଟା ନିକଟସ୍ଥ ସଂରକ୍ଷିତ ଜଙ୍ଗଲରେ ଛାଡ଼ିବାର ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share