ବର୍ମିଂହାମ୍, ୨୪ା୬ (ଏଏଫ୍ପି)- ରବିବାର ଫାଇନାଲରେ ଜୁଲିଆ ଜର୍ଜେସଙ୍କୁ ୬-୩, ୭-୫ ସେଟ୍ରେ ପରାସ୍ତ କରି ଆଶଲେ ବାର୍ଟି ବର୍ମିଂହାମ୍ ଡବ୍ଲ୍ୟୁଟିଏ ଟାଇଟଲ ହାସଲ କରିଛନ୍ତି। ଏଥିସହିତ ସେ ଅଷ୍ଟ୍ରେଲିଆର ଦ୍ୱିତୀୟ ମହିଳା ଟେନିସ୍ ଖେଳାଳି ହିସାବରେ ବିଶ୍ୱ ର଼୍ୟାଙ୍କିଙ୍ଗରେ ନମ୍ବର ଓ୍ବାନ ହେବାର ସୌଭାଗ୍ୟ ଅର୍ଜନ କରଛନ୍ତି। ଏହି ୨୩ ବର୍ଷୀୟ ଫ୍ରେଞ୍ଚ୍ ଓପନ୍ ଚାମ୍ପିୟନ ୟଭୋନ୍ ଗୁଲାଗଙ୍ଗ-କାଓଲିଙ୍କ ସମକକ୍ଷ ହୋଇଛନ୍ତି। କାଓଲି ୧୯୭୬ରେ ୧୫ ଦିନ ପାଇଁ ବିଶ୍ୱର ନମ୍ବର ଓ୍ବାନ ମହିଳା ସିଙ୍ଗଲ୍ସ ଖେଳାଳି ବିବେଚିତ ହୋଇଥିଲେ।