ଆସୁଛି ନିର୍ବାଚନ: ବାର୍ଦ୍ଧକ୍ୟ, ଶଯ୍ୟାଶାୟୀଙ୍କ ଲାଗି ହେଲେ ସ୍ବତନ୍ତ୍ର ହୋମ-ଭୋଟିଂ ବ୍ୟବସ୍ଥା

ଛତ୍ରପୁର,୧୩।୩(ସନ୍ତୋଷ ପାଢ଼ୀ ): ୨୦୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ନିର୍ବାଚନ କମିଶନର କେତେଗୁଡ଼ିଏ ନୂତନ ବ୍ୟବସ୍ଥା କରିଛନ୍ତି। ଯାହାକି ପ୍ରଥମ ଥର ପାଇଁ ଲାଗୁ ହେବ ବୋଲି ଗଞ୍ଜାମ ଜିଲା ସଦର ମହାକୁମା ଛତ୍ରପୁରର ଜିଲାପରିଷଦ ଭବନ ଋଷିକୁଲ୍ୟା ସମ୍ମିଳନୀ ଗୃହରେ ଅନୁଷ୍ଠିତ ଜିଲା ପ୍ରଶାସନ ବୈଠକରେ ଏହି ସୂଚନା ଦିଆଯାଇଛି।

ବାର୍ଦ୍ଧକ୍ୟ ଏବଂ ଶଯ୍ୟାଶାୟୀଙ୍କ ନିମନ୍ତେ ସ୍ବତନ୍ତ୍ର ହୋମ-ଭୋଟିଂ ବ୍ୟବସ୍ଥା କରାଯାଉଥିବା ବେଳେ ଦିବ୍ୟାଙ୍ଗଙ୍କୁ ହୁଇଲ ଚେୟାରରେ ଭୋଟ ଗ୍ରହଣ କେନ୍ଦ୍ରକୁ ଅଣାଯିବ ବୋଲି ବୈଠକରେ କୁହାଯାଇଛି। ଭାରତୀୟ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶରେ ଅବାଧ ଏବଂ ନିରପେକ୍ଷ ନିର୍ବାଚନ ଏବଂ ଭୋଟଗ୍ରହଣ ଯେପରି ଶାନ୍ତି ଶୃଙ୍ଖଳାର ସହ ଶେଷ କରିବା ଏବଂ ସମସ୍ତେ ଯେପରି ଭୋଟ ଦେବାର ସୁଯୋଗ ପାଇପାରିବେ, ସେ ଦିଗରେ ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଉଥିବା ବୈଠକରେ ଅବଗତ କରାଯାଇଥିଲା।

ଏପରି କି ଭୋଟ ଗ୍ରହଣ ବେଳେ କୌଣସି ଆପତ୍ତି ଅଭିଯୋଗ ଆସେ ତାକୁ ପ୍ରଶାସନ ନିକଟରେ ପହଞ୍ଚାଇବାକୁ ଚାହୁଁଥିବା ଯେ, କୌଣସି ବ୍ୟକ୍ତି ହେଲ୍ପ-ଲାଇନ ନମ୍ବର୧୯୫୦(ଟୋଲ-ଫ୍ରି) କୁ ଯୋଗାଯୋଗ କରିପାରିବେ ବୋଲି ବୈଠକରେ କୁହାଯାଇଛି।