Categories: ଫୁରସତ

ବାର୍ବି କ୍ୟାଫେ

ଗ୍ରାହକଙ୍କୁ ଆକୃଷ୍ଟ କରିବା ଲାଗି ଆଜିକାଲି ଖାଦ୍ୟ ଉଦ୍ୟୋଗ ସଂସ୍ଥା ବିଭିନ୍ନ ଥିମ୍‌କୁ ନେଇ ରେସ୍ତୋଁରା, କ୍ୟାଫେ ଆଦି ନିର୍ମାଣ କରୁଛନ୍ତି। ସେହିଭଳି ପିଲାମାନଙ୍କ ପ୍ରିୟ କଣ୍ଢେଇ ବାର୍ବି ଥିମ୍‌କୁ ନେଇ ତାଇଓ୍ବାନରେ ନିର୍ମାଣ କରାଯାଇଛି ଏକ କ୍ୟାଫେ। ଏହି କ୍ୟାଫେ ଭିତରକୁ ପ୍ରବେଶ କରିବା ମାତ୍ରେ ଲାଗେ ବାର୍ବି ଦୁନିଆକୁ ପ୍ରବେଶ କଲା ଭଳି। ଏହି କ୍ୟାଫେର ଇଣ୍ଟେରିୟର ଗୋଲାପି ରଙ୍ଗର। କ୍ୟାଣ୍ଡି ରଙ୍ଗର କାଉଚ୍‌, ବାର୍ବି ଥିମ୍‌ ମେନ୍ୟୁ କାର୍ଡ, ଏପରି କି ସେଠାରେ କାମ କରୁଥିବା ମହିଳା ଓ୍ବେଟରମାନେ ମଧ୍ୟ ବାର୍ବି ଡ୍ରେସ୍‌ ପରିଧାନ କରି ଖାଦ୍ୟ ପରଷିଥାନ୍ତି। କେବଳ ସେତିକି ନୁହେଁ, ସେଠାରେ ପରଷାଯାଉଥିବା ଖାଦ୍ୟ ମଧ୍ୟ ବାର୍ବି ଥିମ୍‌କୁ ନେଇ ପ୍ରସ୍ତୁତ ହୋଇଥାଏ। ତେବେ ବଡ଼ମାନଙ୍କ ଅପେକ୍ଷା ଛୋଟ ଛୁଆ ଏହି କ୍ୟାଫେରେ ଭରପୂର ଆନନ୍ଦ ଉଠାଉଥିବା ନଜରକୁ ଆସିଥାନ୍ତି।

Share