ବାର୍ବି ଗର୍ଲକୁ ପୂରିଲା ୬୧ ବର୍ଷ: ଇନଷ୍ଟାଗ୍ରାମ୍‌ରେ ୨୦ ଲକ୍ଷରୁ ଅଧିକ ଫଲୋଅର୍ସ

ଓ୍ବାଶିଂଟନ,୯।୩: ଛାଟ ପିଲାଙ୍କ ଅତି ପ୍ରିୟ ଖେଳନା ବାର୍ବି ଗର୍ଲକୁ ସୋମବାର ୬୧ ବର୍ଷ ପୂରିଛି। ୧୯୫୯ ମାର୍ଚ୍ଚ ୯ରେ ଏହାର ବଜାର ପ୍ରବେଶ ହୋଇଥିଲା। ଆମେରିକା ମେଟାଲ କମ୍ପାନୀର ମାଲିକ ରୁଥ୍‌ ହ୍ୟାଣ୍ଡଲର ଛୋଟପିଲାଙ୍କ ପାଇଁ ଏହି ଖେଳନା ତିଆରି କରିବାକୁ ନିଷ୍ପତ୍ତି ନେଇଥିଲେ। ପରବର୍ତ୍ତୀ ସମୟରେ ବାର୍ବିର ଲୋକପ୍ରିୟତା ବଢ଼ିବାରେ ଲାଗିଥିଲା। ପ୍ରଥମେ ଏହାକୁ ଜାପାନ ବଜାରରେ ପରୀକ୍ଷା ମୂଳକ ଭାବେ ବିକ୍ରି କରାଯାଇଥିଲା। ତେବେ ଛୋଟପିଲାଙ୍କ ଉପଯୋଗୀ ଏକ ନାମ ଦେବା ପାଇଁ ଚିନ୍ତା କରାଯାଇଥିଲା। ପରେ ଏହାକୁ ବାର୍ବି ଭାବେ ନାମିତ କରାଯାଇଥିଲା। ଇନଷ୍ଟାଗ୍ରାମ୍‌ରେ ବାର୍ବି ଗର୍ଲ ଫଲୋଅର୍ସ ସଂଖ୍ୟା ଇତିମଧ୍ୟରେ ୨୦ ଲକ୍ଷରୁ ଅଧିକରେ ପହଞ୍ଚିଛି।

Share