ବାର୍ଷିକ ଦରମା ବୃଦ୍ଧି ବନ୍ଦ ନେଇ ଶିକ୍ଷକ ମହଲରେ ନିନ୍ଦା

ମାଲକାନଗିରି, ୧୭।୯:(ଡି.ଏନ.ଏ):ଗତ ଦଶମ ଶ୍ରେଣୀ ପରୀକ୍ଷାରେ ଯେଉଁସବୁ ହାଇସ୍କୁଲରେ ଶୂନ କିମ୍ବା ୫୦ ପ୍ରତିଶତରୁ କମ୍‌ ଫଳାଫଳ ହୋଇଥିବା ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କ ବାର୍ଷିକ ବେତନ ବୃଦ୍ଧି ବନ୍ଦ ପାଇଁ ରାଜ୍ୟ ସରକାର ପ୍ରତ୍ୟେକ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲୋ ଏହାକୁ ପ୍ରଧାନଶିକ୍ଷକ ମହଲରେ ନିନ୍ଦା କରାଯାଇଛି। ଏହାଦ୍ୱାରା ସେମାନଙ୍କର ଚାକିରି ଶେଷ ପର୍ଯ୍ୟନ୍ତ ଅନ୍ୟ ଶିକ୍ଷକଙ୍କ ତୁଳନାରେ କମ୍‌ ଦରମା ପାଇବା ସହ ପେନ୍‌ସନରେ ବ୍ୟାଘାତ ଘଟିବ ବୋଲି ସେମାନେ ମତ ଦେଇଛନ୍ତି। ଅନ୍ୟପକ୍ଷରେ ରାଜ୍ୟ ସରକାର ଏହି ପଦକ୍ଷେପ ନେବା ପୂର୍ବରୁ ସଂପୃକ୍ତ ବିଦ୍ୟାଳୟ ଗୁଡିକରେ ଦଶମ ପିଲାଙ୍କ ଶିକ୍ଷାଦାନ ପାଇଁ କୌଣସି ବିଜ୍ଞାନ, ଗଣିତ, ଇଂରାଜୀ କିମ୍ବା ଅନ୍ୟାନ୍ୟ ବିଷୟରେ ଶିକ୍ଷା ଦାନ ପାଇଁ ଶିକ୍ଷକ ନିଯୁକ୍ତି କରି ନାହାନ୍ତିା ମାଲକାନଗିରି ଭଳି ଏକ ଆଦିବାସୀ ଜିଲାରେ ଦୀର୍ଘ ବର୍ଷ ହେଲା ୯୭୦ ଶିକ୍ଷକ ପଦବୀ ଖାଲି ରହିଛି। ଏଥିରେ ଫଳାଫଳ କେଉଁଠୁ ଆସିବ ବୋଲି ଶିକ୍ଷକମାନେ ପ୍ରଶ୍ନ କରିଛନ୍ତି।