ବାର୍‌ହା ଆକ୍ରମଣରେ ଯୁବକ ଗୁରୁତର

ବାଲିଗୁଡ଼ା,୨୩ା୪(ଡି.ଏନ୍‌.ଏ.)- ବାଲିଗୁଡା ଉପଖଣ୍ଡ କୋଟଗଡ଼ ବ୍ଲକ ମାଦାଗୁଡା ଗ୍ରାମର ରବି ମଲ୍ଲିକ ବାର୍‌ହା ଆକ୍ରମଣରେ ଗୁରୁତର ହୋଇଛନ୍ତି। ନିକଟସ୍ଥ କାଜୁ ବଗିଚାରେ କାମସାରି ଫେରିବାବେଳେ ସେ ବାର୍‌ହା ହାବୁଡ଼ରେ ପଡ଼ିଯାଇଥିଲେ। ତାଙ୍କ ଦୁଇ ହାତ,କାନ୍ଧ ଓ ପିଠିରେ ଗୁରୁତର କ୍ଷତ ହୋଇଛି। ପରିବାର ଲୋକେ କୋଟଗଡ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

Share