ବାର୍‌ହା ମାଂସ ଜବତ, ଶିକାରୀ ଗିରଫ

ବୁଗୁଡ଼ା,୧୧ା୧(ଡି.ଏନ.ଏ.)-ବୁଗୁଡ଼ା ବନାଞ୍ଚଳ ଜିଲିବା ଛକରେ ବାଲିପଦର ବନପାଳ ଓ ବନରକ୍ଷୀ ଶନିବାର ବାର୍‌ହା ମାଂସ ବିକ୍ରି କରୁଥିବା ଜଣେ ଯୁବକଙ୍କୁ କୋର୍ଟ ଚାଲାଣ କରିଛନ୍ତି। ସେ ହେଲେ ଜିଲିବା ଗ୍ରାମର କୁନା ସ୍ବାଇଁ। ତାଙ୍କ ନିକଟରୁ ୫ କେଜି ବାର୍‌ହା ମାଂସ ସହ ଛୁରି ଓ କଟୁରୀ ଜବତ ହୋଇଛି। ଏ ନେଇ ବୁଗୁଡ଼ା ବନ ବିଭାଗ ନଂ. ୨୧୪/୧୯-୨୦ରେ ଏକ ମାମଲା ରୁଜୁ କରିଛି। ପ୍ରକାଶ ଯେ, ଶୁକ୍ରବାର ଅପରାହ୍ନରେ କୁନା ବାର୍‌ହା ଶିକାର କରି ତାର ମାଂସ କାଟି ବିକ୍ରୟ ପାଇଁ ଯାଉଥିଲେ। ଖବର ପାଇ ବନପାଳ ଶାନ୍ତନୁ କୁମାର ନାୟକ ଓ ବନରକ୍ଷୀ ପ୍ରଶାନ୍ତ କୁମାର ପଲେଇ ସଦଳବଳ ଘଟଣାସ୍ଥଳରେ ପହଞ୍ଚତ୍ ଶୀକାରୀଙ୍କୁ ଗିରଫ କରିଥିଲେ। ଅଞ୍ଚଳରେ ବାର୍‌ହା ଶିକାରକୁ ରୋକିବା ପାଇଁ ବନ ବିଭାଗ ଚଢ଼ାଉ ଜାରି ରଖିଥିବା ବନାଞ୍ଚଳ ଅଧିକାରୀ ଫକୀର ଚରଣ ବେହେରା କହିଛନ୍ତି।