Categories: ଦେବଗଡ଼

ବାର୍‌ହା ଶିକାର ପାଇଁ ବିଛା ଯାଇଥିଲା ବିଦ୍ୟୁତ୍‌ ତାର, ସଂସ୍ପର୍ଶରେ ଆସି ଯୁବକ ଗୁରୁତର,

ଦେବଗଡ଼,୧୮ା୪(ଡ଼ି.ଏନ୍‌.ଏ.)
ଦେବଗଡ଼ ଜିଲା ବାରକୋଟ ବ୍ଲକ ବଲଣ୍ଡା ଗ୍ରାମ ନିକଟ ଜଙ୍ଗଲରେ ବାର୍‌ହା ଶିକାରପାଇଁ ବିଛାଯାଇଥିବା ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଜଣେ ଯୁବକ ଗୁରୁତର ହୋଇଛନ୍ତି। ଯୁବକ ଜଣକ ହେଲେ ବିଭୂତି ଭୂୟାଁ(୨୬)। ଗୁରୁତର ଅବସ୍ଥାରେ ତାଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି। ବାରକୋଟ ପୋଲିସ ଘଟଣାସ୍ଥଳରୁ ବିଦ୍ୟୁତ୍‌ ତାର ଓ ଶିକାର ପାଇଁ ଉଦ୍ଧିଷ୍ଟ ଅନ୍ୟାନ୍ୟ ସରଞ୍ଜାମ ଜବତ କରିଛି। ଗ୍ରାମବାସୀ ବିଦ୍ୟୁତ୍‌ ତାର ବିଛାଇଥିବା ଶିକାରୀକୁ ପୋଲିସ ଜିମା ଦେଇଛନ୍ତି। ଏ ନେଇ ବାରକୋଟ ପୋଲିସ୍‌ ଓ ବନ ବିଭାଗ ପକ୍ଷରୁ ମାମଲା ଋଜୁ କରାଯାଇ ଘଟଣାର ତଦନ୍ତ କରାଯାଉଛି। ସୂଚନା ମୁତାବକ ବାରକୋଟ ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ବଲଣ୍ଡା ଗ୍ରାମ ନିକଟ ଜଙ୍ଗଲରେ ବାର୍‌ହା ଶିକାର ପାଇଁ ତାର ବିଛାଇ ଶିକାରୀ ସେଥିରେ ବିଦ୍ୟୁତ୍‌ ସଂଯୋଗ କରିଥିଲେ। ସେହି ରାସ୍ତାଦେଇ କୌଣସି କାମରେ ବିଭୂତି ଯାଉଥିବା ବେଳେ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ପୋଡ଼ି ଯାଇଥିଲେ।