ବାର ମାଲିକଙ୍କୁ ଆକ୍ରମଣ ଘଟଣାରେ ୩ ଗିରଫ

ଯୋଡ଼ା,୧୬।୬(ଡ଼ି.ଏନ.ଏ.)-କେନ୍ଦୁଝର ଜିଲା ଯୋଡ଼ା ସହରରେ ଥିବା ଏକ ବାରରେ ପଶି ବାର ମାଲିକଙ୍କୁ ମରଣାନ୍ତକ ଆକ୍ରମଣ କରି ଟଙ୍କା ଲୁଟି ନେବା ଘଟଣାରେ ପୋଲିସ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଉଲି ହଟିଂର ପ୍ରଶାନ୍ତ ରାଜ ଓରଫ ଭୁଣ୍ଡୁ, ପବନ ରାଜ ଓ ବାଚୁ ହଟିଂର କାଳିଆ ମହାକୁଡ଼ ଓରଫ ଗୁଲଟା ା
ଶୁକ୍ରବାର ଅପରାହ୍ନରେ ଷହି ଅଭିଯୁକ୍ତମାନେ ଯୋଡ଼ା ସହରରେ ଥିବା ଶନି ସୃଷ୍ଟି ନାମକ ବାରରେ ପଶି ଭଙ୍ଗାରୁଜା କରିଥିଲେ । ସେମାନେ ବାର ମାଲିକ ବିଜୟ ସିଂ ଗାନ୍ଧୀ ଓ କର୍ମଚାରୀ ଲୁଲୁ ନାଏକଙ୍କୁ ବିଅର ବୋତଲରେ ଆକ୍ରମଣ କରି ୬୩ହଜାର ଟଙ୍କା ଲୁଟି ନେଇଥିଲେ ା ଆହତଙ୍କୁ ଡାକ୍ତରଖାନାରେ ଚିକିତ୍ସା କରାଯାଇଥିଲା। ଏ ନେଇ ଥାନାରେ ଅଭିଯୋଗ ହେବା ପରେ ପୋଲିସ ଘଯଣାର ତଦନ୍ତ କରି ଅଭିଯୁକ୍ତଙ୍କୁ ଗିରଫ କରିବା ସହିତ ଲୁଟ ଟଙ୍କାରୁ ୩୧ ହଜାର ଟଙ୍କା ଜବତ କରିଥିବା ତଦନ୍ତକାରୀ ଅଧିକାରୀ ବି.ଡ଼ି. ନାଏକ ସୂଚନା ଦେଇଛନ୍ତି।