ବାଲକୋନିରୁ ଧୋନୀଙ୍କ ଜର୍ସି ଦେଖାଇଲେ ଶାସ୍ତ୍ରୀ

ନୂଆଦିଲ୍ଲୀ,୧୪।୬: ଟ୍ରେଣ୍ଟବ୍ରିଜଠାରେ କ୍ରମାଗତ ବର୍ଷା ଯୋଗୁ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ମ୍ୟାଚ୍‌ ଖେଳାଯାଇ ପାରି ନ ଥିଲା। ଏଥିଯୋଗୁ ଷ୍ଟାଡିୟମ୍‌ରେ ଉପସ୍ଥିତ ଦର୍ଶକ ପଡ଼ିଆରେ ନିଜ ଫେଭରାଇଟ୍‌ ଖେଳାଳିଙ୍କୁ ଦେଖିବାକୁ ସୁଯୋଗ ପାଇ ନ ଥିଲେ। କିନ୍ତୁ ପ୍ରଶଂସକଙ୍କୁ ଷ୍ଟାଡିୟମ ଛାଡ଼ିବା ପୂର୍ବରୁ ଖୁସି ହେବା ପାଇଁ କିଛି ସୁଯୋଗ ଦେଇଥିଲେ ଭାରତୀୟ ଦଳର ମୁଖ୍ୟ କୋଚ୍‌ ରବି ଶାସ୍ତ୍ରୀ। ଭାରତୀୟ ଦଳର ଡ୍ରେସିଂ ରୁମ୍‌ ବାଲକୋନି ତଳେ ଭାରତୀୟ ପ୍ରଶଂସକଙ୍କମାନେ ‘ଧୋନୀ ଧୋନୀ’ କ୍ରମାଗତ ଡାକ ଦେଇଥିଲେ। ଏହାପରେ କୋଚ୍‌ ଶାସ୍ତ୍ରୀ ବାଲକୋନିକୁ ଆସି ମହେନ୍ଦ୍ର ସିଂ ଧୋନୀଙ୍କ ୭ ନଂ ଜର୍ସି ଦେଖାଇଥିଲେ। ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ପଏଣ୍ଟ ଭାଗ କରାଯାଇଛି। ଫଳରେ ନ୍ୟୁଜିଲାଣ୍ଡ ୭ ପଏଣ୍ଟ ସହ ଶୀର୍ଷ ସ୍ଥାନ ଅଧିକାର କରିଥିବାବେଳେ ଭାରତ ୫ ପଏଣ୍ଟ ସହ ତୃତୀୟ ସ୍ଥାନରେ ରହିଛି।

Share