ବାଲସି ଜବାହର ଉଚ୍ଚ ବିଦ୍ୟାପୀଠରେ ବନମହୋତ୍ସବ, ଚାରା ରୋପଣ

କେସିଙ୍ଗା,୨।୮(ଡି.ଏନ.ଏ.)-କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ବାଲସିସ୍ଥିତ ଜବାହର ଉଚ୍ଚ ବିଦ୍ୟାପୀଠ ପରିସରରେ ବନମହୋତ୍ସବ ଓ ଚାରା ରୋପଣ କାର୍ଯ୍ୟକ୍ରମ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ପ୍ରଧାନଶିକ୍ଷକ ଅଭୟ କୁମାର ଦେବତାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ଡ. ଝସକେତନ ସାହୁ, ସମ୍ମାନିତ ଅତିଥି ଡ. ମୋନାଲିସା ସେନାପତି, ସମିର ବେହେରା ପ୍ରମୁଖ ଯୋଗଦେଇଥିଲେ। ଏହି ଅବସରରେ ବିଦ୍ୟାଳୟ ଛାତ୍ରୀଛାତ୍ରମାନଙ୍କ ଦ୍ୱାରା ବାଲସି ଗ୍ରାମ ପରିକ୍ରମା କରି ବୃକ୍ଷରୋପଣ, ସ୍ବଚ୍ଛତା ଉପରେ ବିଭିନ୍ନ ସ୍ଲୋଗାନ ଦେଇଥିଲେ। ଏହି ଉପଲକ୍ଷେ ଜବାହର ଉଚ୍ଚ ବିଦ୍ୟାପୀଠର ଏକ ଶ୍ରେଣୀ ଗୃହରେ ଏକ ସଭାର ଆୟୋଜନ କରାଯାଇଥିଲା। ଅତିଥିଗଣ ବୃକ୍ଷରୋପଣର ଯତ୍ନ ଓ ସୁରକ୍ଷା ଏବଂ ପ୍ରତ୍ୟେକ ପିଲାଙ୍କୁ ଗୋଟିଏ ଗଛ ଲଗାଇବାକୁ ଆହ୍ବାନ ଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ସୋନାଲି ମିଶ୍ର, କୈବଲ୍ୟ ସାହୁ, ହେମନ୍ତ ପଲେଇ ପ୍ରମୁଖ ଶିକ୍ଷୟିତ୍ରୀ ଶିକ୍ଷକମାନେ ସହଯୋଗ କରିଥିଲେ । ହିନ୍ଦୀ ଶିକ୍ଷକ ଜୟଚନ୍ଦ୍ର ଭୋଇ ମଞ୍ଚ ପରିଚାଳନା କରିଥିଲେ । ସମସ୍ତ ଛାତ୍ରୀଛାତ୍ରମାନଙ୍କୁ ଗୋଟିଏ ଚାରା ବଣ୍ଟନ କରାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ମା’ ହତ୍ୟାର ପ୍ରତିଶୋଧ ନେଲେ ପୁଅ, ପଥରରେ ଛେଚି ବାପାଙ୍କୁ କଲେ ହତ୍ୟା

ରାଉରକେଲା,୧୪ା୪(ସଙ୍ଗୀତା ଜେନା): ବହୁ ପୂର୍ବରୁ ମାଆଙ୍କୁ ହତ୍ୟା କରିବାର ପ୍ରତିଶୋଧ ନେବା ପାଇଁ ଜଣେ ପୁଅ ବିଷ୍ଣୁ- (୨୨) ତାଙ୍କ ବାପା କ୍ରାନ୍ତି କୁମାର ବର୍ମା...

ପଣା ସଂକ୍ରାନ୍ତିରେ ମନ୍ଦିରରୁ ମିଳିଲା ପୂଜକଙ୍କ ଝୁଲନ୍ତା ମୃତଦେହ

କଟକ,୧୪।୪: ଆଜି ପବିତ୍ର ପଣା ସଂକ୍ରାନ୍ତି ତଥା ଓଡ଼ିଆ ନବବର୍ଷ ଏବଂ ହନୁମାନ ଜୟନ୍ତୀ। ଏନେଇ ଗାଁଠୁ ସହର ସବୁଠି ଉତ୍ସବମୁଖର। ଘରେ ଘରେ ଚାଲିଛି...

ଏପ୍ରିଲ ୧୬ରୁ +୩ ନାମଲେଖା ପାଇଁ ଆବେଦନ

ଭୁବନେଶ୍ୱର,୧୪।୪: ଏପ୍ରିଲ ୧୬ରୁ +୩ ନାମଲେଖା ପାଇଁ ଛାତ୍ରୀଛାତ୍ର ଆବେଦନ କରିପାରିବେ। NEP-୨୦୨୦ ଆଧାରରେ ୨୦୨୫-୨୬ ପାଇଁ ନାମଲେଖା ପ୍ରକ୍ରିୟା ଆରମ୍ଭ ହେବ। ଛାତ୍ରୀଛାତ୍ର SAM...

ପଣା ସଂକ୍ରାନ୍ତିରେ ସ୍କୁଲ ପିଲା ବାଣ୍ଟିଲେ ପାଣି ସହ ପାରମ୍ପରିକ ପଣା

ଦାରିଙ୍ଗବାଡି, ୧୪।୪, (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ନୀଳକନ୍ଦର ସାହିର ଛାତ୍ରୀଛାତ୍ରମାନେ ସ୍ଥାନୀୟ ଅଞ୍ଚଳବାସୀଙ୍କୁ ପଣା ସଂକ୍ରାନ୍ତି ଅବସରରେ ପାରମ୍ପରିକ ପଣା...

‘ଆମେ ବି ହେବୁ କୁନି ବୈଜ୍ଞାନିକ’, କେଏମଆରଏସରେ ବିଜ୍ଞାନ ଓ ଗବେଷଣାକୁ ନେଇ କର୍ମଶାଳା

ରାଇକିଆ,୧୪।୪,(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ କଳିଙ୍ଗ ମଡେଲ ରେଶିଡେନ୍ସିଆଲ ସ୍କୁଲରେ ବିଜ୍ଞାନ ଓ ଗବେଷଣାକୁ ନେଇ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ...

୧୫ରୁ ୨ମାସ ସାମୁଦ୍ରିକ କଟକଣା ଲାଗୁ

ପାରାଦୀପ,୧୪ା୪(ଶରତ ରାଉତ): ସମଗ୍ର ରାଜ୍ୟର ପୂର୍ବ ଉପକୂଳରେ ଆସନ୍ତା ୧୫ ତାରିଖରୁ ସାମୁଦ୍ରିକ କଟକଣା ଲାଗୁ ହେବ। ଏ ନେଇ ଓଡ଼ିଶା ସରକାରଙ୍କ ମତ୍ସ୍ୟ ନିର୍ଦ୍ଦେଶାଳୟ...

ନାବାଳିକା କଲେଜ ଛାତ୍ରୀ ଅପହୃତ, ମାମଲା ରୁଜୁ କଲା ପୋଲିସ

ଦିଗପହଣ୍ଡି,୧୪।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଞ୍ଚଳର ଏକ କଲେଜରେ ଯୁକ୍ତ ୨ ଶେଷ ବର୍ଷ କଳା ବିଭାଗରେ ବାର୍ଷିକ ପରୀକ୍ଷା ଦେଇଥିବା...

କିନ୍ନରଙ୍କ ମୃତ୍ୟୁ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଦାବି କଲା ରାଜ୍ୟ ମହାସଂଘ

ଦିଗପହଣ୍ଡି,୧୪ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୋଟିନଡ଼ା ଗ୍ରାମର ଯାତ୍ରା କଳାକାର କିନ୍ନର ଅର୍ଚ୍ଚିତା ଓରଫ ଅଜିତ ବିଷୋୟୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image