Advertisement

ବାଲସି ଜବାହର ଉଚ୍ଚ ବିଦ୍ୟାପୀଠରେ ବନମହୋତ୍ସବ, ଚାରା ରୋପଣ

କେସିଙ୍ଗା,୨।୮(ଡି.ଏନ.ଏ.)-କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ବାଲସିସ୍ଥିତ ଜବାହର ଉଚ୍ଚ ବିଦ୍ୟାପୀଠ ପରିସରରେ ବନମହୋତ୍ସବ ଓ ଚାରା ରୋପଣ କାର୍ଯ୍ୟକ୍ରମ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ପ୍ରଧାନଶିକ୍ଷକ ଅଭୟ କୁମାର ଦେବତାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ଡ. ଝସକେତନ ସାହୁ, ସମ୍ମାନିତ ଅତିଥି ଡ. ମୋନାଲିସା ସେନାପତି, ସମିର ବେହେରା ପ୍ରମୁଖ ଯୋଗଦେଇଥିଲେ। ଏହି ଅବସରରେ ବିଦ୍ୟାଳୟ ଛାତ୍ରୀଛାତ୍ରମାନଙ୍କ ଦ୍ୱାରା ବାଲସି ଗ୍ରାମ ପରିକ୍ରମା କରି ବୃକ୍ଷରୋପଣ, ସ୍ବଚ୍ଛତା ଉପରେ ବିଭିନ୍ନ ସ୍ଲୋଗାନ ଦେଇଥିଲେ। ଏହି ଉପଲକ୍ଷେ ଜବାହର ଉଚ୍ଚ ବିଦ୍ୟାପୀଠର ଏକ ଶ୍ରେଣୀ ଗୃହରେ ଏକ ସଭାର ଆୟୋଜନ କରାଯାଇଥିଲା। ଅତିଥିଗଣ ବୃକ୍ଷରୋପଣର ଯତ୍ନ ଓ ସୁରକ୍ଷା ଏବଂ ପ୍ରତ୍ୟେକ ପିଲାଙ୍କୁ ଗୋଟିଏ ଗଛ ଲଗାଇବାକୁ ଆହ୍ବାନ ଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ସୋନାଲି ମିଶ୍ର, କୈବଲ୍ୟ ସାହୁ, ହେମନ୍ତ ପଲେଇ ପ୍ରମୁଖ ଶିକ୍ଷୟିତ୍ରୀ ଶିକ୍ଷକମାନେ ସହଯୋଗ କରିଥିଲେ । ହିନ୍ଦୀ ଶିକ୍ଷକ ଜୟଚନ୍ଦ୍ର ଭୋଇ ମଞ୍ଚ ପରିଚାଳନା କରିଥିଲେ । ସମସ୍ତ ଛାତ୍ରୀଛାତ୍ରମାନଙ୍କୁ ଗୋଟିଏ ଚାରା ବଣ୍ଟନ କରାଯାଇଛି ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share