Categories: ଜାତୀୟ

ବାଲାକୋଟରେ କୌଣସି ଆତଙ୍କବାଦୀଙ୍କ ମୃତ୍ୟୁ ହୋଇ ନାହିଁ: ଥରୁର

ନୂଆଦିଲ୍ଲୀ,୨୦।୯: କଂଗ୍ରେସ ନେତା ଶଶି ଥରୁର ପୁଣି ଏକ ବିବାଦୀୟ ବୟାନ ଦେଇ ଆସିଛନ୍ତି ଚର୍ଚ୍ଚାକୁ। ସେ କହିଛନ୍ତି ପାକିସ୍ତାନର ବାଲାକୋଟରେ କୌଣସି ଆତଙ୍କବାଦୀଙ୍କ ମୃତ୍ୟୁ ହୋଇ ନାହିଁ। ତେବେ ପାକିସ୍ତାନର ବାଲାକୋଟରେ ଭାରତ ପକ୍ଷରୁ ଯେଉଁ ବିମାନ ଆକ୍ରମଣ କରାଯାଇଥିଲା ସେଥିରେ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇ ନ ଥିବା ନେଇ ସେ କିଛି ବିଦେଶୀ ଗଣମାଧ୍ୟମର ଉଦାହରଣ ନେଇ ଏକଥା କହୁଥିବା ପ୍ରକାଶ କରିଛନ୍ତି। କାରଣ ବାଲାକୋଟରେ ଯଦି ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି ତେବେ ଏହାର ପ୍ରମାଣ ମଧ୍ୟ ସରକାର ଦେବାର ଥିଲା ବୋଲି ସେ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ପିଓକେ ଭାରତର ଏଥିରେ ପାକିସ୍ତାନର କୌଣସି ଅଧିକାର ନାହିଁ। ହେଲେ କେନ୍ଦ୍ର ସରକାର ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ହଟାଇବା ପରେ ସମ୍ବିଧାନର ନିୟମ ଅନୁଯାୟୀ କୌଣସି କାମ କଲେ ନାହିଁ ବୋଲି ସେ ସରକାରଙ୍କ ଉପରେ ଅଭିଯୋଗ ଆଣିଛନ୍ତି।

Share