Categories: ଜାତୀୟ

ବାଲାକୋଟରେ ତାଲିମ ନେଉଛନ୍ତି ୫୦ ଆତଙ୍କବାଦୀ

ନୂଆଦିଲ୍ଲୀ,୧୫ା୧୦(ପି.ଟି.): ପାକିସ୍ତାନ ଅଧିକୃତ କଶ୍ମୀର (ପିଓକେ) ଅନ୍ତର୍ଗତ ବାଲାକୋଟର ଜୈଶ-ଇ-ମହମ୍ମଦ (ଜେଇଏମ୍‌) ଆତଙ୍କବାଦୀ ଶିବିରକୁ ଭାରତୀୟ ବାୟୁସେନା ଧ୍ୱଂସ କରିବାର ୮ ମାସ ପରେ ଉକ୍ତ ଶିବିର ପୁଣିଥରେ ସକ୍ରିୟ ହୋଇଉଠିଛି। ସେଠାରେ ୪୦ରୁ ୫୦ ଜଣ ଆତଙ୍କବାଦୀ ପ୍ରଶିକ୍ଷଣ ନେଉଥିତ୍ବା ଗୋଇନ୍ଦା ସଂସ୍ଥା ଜାଣିବାକୁ ପାଇଛି। ସେମାନଙ୍କ ମଧ୍ୟରେ ଆତ୍ମଘାତୀ ମଧ୍ୟ ଅଛନ୍ତି। ଭାରତୀୟ ଗୋଇନ୍ଦା ସଂସ୍ଥାଗୁଡ଼ିକ ଉକ୍ତ ଶିବିର ଉପରେ କଡା ନଜର ରଖିଛି। ସେଠାରେ ତାଲିମ ନେଇଥିବା କେତେଜଣ ଆତଙ୍କବାଦୀଙ୍କୁ କଶ୍ମୀର ପଠାଯାଇଛି। ଭାରତୀୟ ସୁରକ୍ଷା ଘାଟିକୁ ଟାର୍ଗେଟ କରିବା ଲାଗି ସେମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ଗତ ଫେବୃୟାରୀ ୨୬ରେ ବାଲାକୋଟ ଜେଇଏମ୍‌ ଶିବିର ଉପରେ ବାୟୁସେନା ଏୟାରଷ୍ଟ୍ରାଇକ୍‌ କରିଥିଲା। ଏହା ପରେ ୬ ମାସ ପର୍ଯନ୍ତ ଉକ୍ତ ଶିବିର ବନ୍ଦ ରହିଥିଲା। କିଛି ଦିନ ମଧ୍ୟରେ ଏହି ଆତଙ୍କବାଦୀ ସଂଗଠନ ଖୁବ୍‌ଶୀଘ୍ର ପୁନଃସକ୍ରିୟ ହେବାକୁ ଯାଉଥିବା ଗତ ମାସରେ ବାୟୁସେନା ମୁଖ୍ୟ ଜେନେରାଲ ବିପିନ ରାଓ୍ବତ ସୂଚନା ଦେଇଥିଲେ।

Share