ବାଲାକୋଟ୍‌ ଆକ୍ରମଣ ଉପରେ ନିର୍ମାଣ ହେବ ଫିଲ୍ମ, ନିର୍ଦ୍ଦେଶନା ଦେବେ ଅଭିଷେକ କପୁର

ବମ୍ବେ: ଉରି ପରେ ଏବେ ବାଲାକୋଟ୍‌ରେ ହୋଇଥିବା ଭାରତୀୟ ବାୟୁସେନାର ଆକ୍ରମଣକୁ ନେଇ ନିର୍ମାଣ ହେବାକୁ ଯାଉଛି ଫିଲ୍ମ। ଏଥିନେଇ ଆଗକୁ ଆସିଛନ୍ତି ବଲିଉଡ୍‌ର ନାମୀଦାମୀ ପ୍ରଯୋଜକ ସଂଞ୍ଜୟ ଲୀଲା ବନ୍‌ଶାଲୀ, ଭୂଷଣ କୁମାର, ମହାବୀର ଜୈନ ଏବଂ ପ୍ରଜ୍ଞା କପୁର ପ୍ରମୁଖ। ଆଧିକାରୀକ ଭାବେ ଟ୍ରେଡ୍‌ ଆନାଲିଷ୍ଟ ତରଣ ଆଦର୍ଶ ନିଜ ଟୁଇଟର ପୃଷ୍ଠାରେ ଏହାର ଘୋଷଣା କରିଛନ୍ତି। ଫିଲ୍ମଟିର ନିର୍ଦ୍ଦେଶନା ଦେବେ ଜାତୀୟ ପୁରସ୍କାର ବିଜେତା ଅଭିଷେକ କପୁର।

ପୁଲଓ୍ବାମାରେ ଆତଙ୍କବାଦୀମାନଙ୍କ ଆକ୍ରମଣରେ ୪୦ଜଣ ଯବାନ ପ୍ରାଣ ହରାଇଥିଲେ। ଏହାର ପ୍ରତିଶୋଧ ନେବାକୁ ଯାଇ ଫେବୟାରୀ ୧୪ରେ ବାୟୁସେନା ପକ୍ଷରୁ ପାକିସ୍ତାନର ବାଲାକୋଟରେ ଆକ୍ରମଣ କରାଯାଇଥିଲା। ଏଥିରେ ଜୈଶ-ଏ-ମହମ୍ମଦର କେତେକ ଆଡ୍ଡାକୁ ନଷ୍ଟ କରାଯାଇଥିଲା। ଫଳରେ ୨ଶହରୁ ୩ଶହ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଥିଲା।

ପୂର୍ବରୁ ଉରି ଆକ୍ରମଣକୁ ନେଇ ଫିଲ୍ମ ନିର୍ମାଣ ହୋଇ ସାରିଛି। ଏଥିରେ ମୁଖ୍ୟ ଭୂମିକାରେ ନଜର ଆସିଥିଲେ ବିକ୍କି କୌଶଲ। ଫିଲ୍ମଟିକୁ ଦର୍ଶକମାନେ ବେଶ୍‌ ପସନ୍ଦ କରିଥିଲେ।

Share