Categories: ଜାତୀୟ

ବାଲାକୋଟ୍‌ ଏୟାର ଷ୍ଟ୍ରାଇକ୍‌ କରିଥିବା ୫ ପାଇଲଟ୍‌ଙ୍କୁ ବାୟୁସେନା ମେଡାଲ୍‌

ନୂଆଦିଲ୍ଲୀ,୧୪।୮: ବାଲାକୋଟ୍‌ ଏୟାର ଷ୍ଟ୍ରାଇକ୍‌ କରିଥିବା ୫ ପାଇଲଟ୍‌ଙ୍କୁ ବାୟୁସେନା ମେଡାଲ୍‌ ପ୍ରଦାନ କରାଯିବ। ତାଙ୍କର ବୀରତ୍ୱପୂର୍ଣ୍ଣ କାର୍ଯ୍ୟ ପାଇଁ ସେମାନଙ୍କୁ ଏହି ସମ୍ମାନରେ ସମ୍ମାନୀତ କରାଯିବ। ସେମାନେ ମିରାଜ୍‌-୨୦୦୦ ଯୁଦ୍ଧ ବିମାନର ପାଇଲଟ୍‌। ସେମାନଙ୍କ ମଧ୍ୟରେ ଓ୍ବିଙ୍ଗ୍‌ କମାଣ୍ଡର ଅମିତ୍‌ ରଞ୍ଜନ୍‌, ସ୍କ୍ବାଡ୍ରନ୍‌ ଲିଡ୍‌ର ରାହୁଲ ବସୋୟା, ପଙ୍କଜ ଭୁଜ୍‌ଡେ, ବି.କେ.ଏନ୍‌.ରେଡ୍ଡୀ ଓ ଶଶାଙ୍କ ସିଂଙ୍କୁ ଏହି ମେଡାଲ ପ୍ରଦାନ କରାଯିବ। ସୂଚନାଯୋଗ୍ୟ, ପାକିସ୍ତାନ ବାଲାକୋଟ୍‌ରେ ଥିବା ଜୈଶ୍‌-ଇ-ମହମ୍ମଦ୍‌ ଆତଙ୍କବାଦୀ ଶିବିର ଉପରେ ଏହି ପାଇଲଟ୍‌ମାନେ ବୋମା ବର୍ଷା କରିଥିଲେ।

Share