Categories: ଜାତୀୟ

ବାଲାକୋଟ୍‌ ଷ୍ଟ୍ରାଇକ୍‌ ପରେ ଭାରତ ସୀମାରେ ପ୍ରବେଶ କରିନି ପାକିସ୍ତାନ ବିମାନ: ଧନୋଓ୍ବା

ନୂଆଦିଲ୍ଲୀ, ୨୪।୬: ବାଲାକୋଟ ଷ୍ଟ୍ରାଇକ୍‌ ପରେ ଫେବୃୟାରୀ ୨୭ରେ ଭାରତୀୟ ସୀମାରେ ପାକିସ୍ତାନ ଯୁଦ୍ଧ ବିମାନ ପ୍ରବେଶ କରି ନ ଥିଲା ବୋଲି ଏୟାର ଚିଫ୍‌ ମାର୍ଶାଲ ବି.ଏସ୍‌. ଧନୋଓ୍ବା ସୂଚନା ଦେଇଛନ୍ତି। ଭାରତୀୟ ବାୟୁସେନା ସୀମାରେ ଥିବା ଆତଙ୍କବାଦୀ ଶିବିର ଉପରେ ଆକ୍ରମଣ କରିଥିଲା। ବାୟୁସେନା ନିଜ ଲକ୍ଷ୍ୟରେ ସଫଳତା ହାସଲ କରିଥିଲା। ମାତ୍ର ପାକିସ୍ତାନ ପଟୁ କୌଣସି ବିମାନ ନିୟନ୍ତ୍ରଣ ରେଖା ଟପି ନାହିଁ। ପାକିସ୍ତାନ ନିଜର ବିମାନ ବନ୍ଦର ବନ୍ଦ କରିବା ସମ୍ପୂର୍ଣ୍ଣ ଭାବେ ବ୍ୟକ୍ତିଗତ ସମସ୍ୟା। ତେବେ ଭାରତୀୟ ଅର୍ଥ ବ୍ୟବସ୍ଥାରେ ବିମାନ ଉଡ଼ାଣର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ରହିଥିବା ଧନୋଓ୍ବା କହିଛନ୍ତି।

Share