Categories: ଜାତୀୟ

ବାଲାକୋଟ ଆକ୍ରମଣରେ ପାକ୍‌ ସୈନ୍ୟ ମରି ନ ଥିଲେ: ସୁଷମା

ଅହମ୍ମଦାବାଦ,୨୦ା୪(ପି.ଟି.): ପାକିସ୍ତାନର ବାଲାକୋଟସ୍ଥିତ ଆତଙ୍କବାଦୀ ଶିବିର ଉପରେ ଫେବୃୟାରୀ ୨୬ରେ ଭାରତୀୟ ବାୟୁସେନାର ବୋମାମାଡ଼ରେ ଜଣେ ହେଲେ ପାକସ୍ତାନୀ ସୈନ୍ୟ କିମ୍ବା ସାଧାରଣ ନାଗରିକ ନିହତ ହୋଇ ନ ଥିଲେ ବୋଲି ବହିର୍ବ୍ୟାପାର ମନ୍ତ୍ରୀ ସୁଷମା ସ୍ବରାଜ ସ୍ପଷ୍ଟ କରିଛନ୍ତିି। ଭାଜପା ମହିଳା କର୍ମୀଙ୍କୁ ଉଦ୍‌ବୋଧନ ଦେଇ ସୁଷମା କହିଛନ୍ତି, ପୁଲ୍‌ଓ୍ବାମା ଆକ୍ରମଣ ପରେ କାର୍ଯ୍ୟାନୁଷ୍ଠାନ ପାଇଁ ଭାରତୀୟ ସେନାକୁ ପୂର୍ଣ୍ଣ ସ୍ବାଧୀନତା ଦିଆଯାଇଥିଲେ ମଧ୍ୟ ପାକିସ୍ତାନର କେହି ନାଗରିକ କିମ୍ବା ସେଠାର ସୈନ୍ୟବାହିନୀର କୌଣସି କ୍ଷତି ନ ହେବା ଆବଶ୍ୟକ ବୋଲି କୁହାଯାଇଥିଲା। ଆମର ଏୟାର ଷ୍ଟ୍ରାଇକ୍‌ ଆତ୍ମରକ୍ଷା ପାଇଁ ଉଦ୍ଦିଷ୍ଟ ଥିବା କଥା ଅନ୍ତର୍ଜାତୀୟ ସମୁଦାୟକୁ ଜଣାଇ ଦିଆଯାଇଥିବା ସୁଷମା କହିଛନ୍ତି।

Share