Categories: ଜାତୀୟ

ବାଲାକୋଟ ଏୟାର ଷ୍ଟ୍ରାଇକ୍‌ର ଭିଡିଓ ଜାରି କଲା ଭାରତୀୟ ବାୟୁସେନା

ନୂଆଦିଲ୍ଲୀ,୪।୧୦: ଭାରତୀୟ ବାୟୁସେନା ପକ୍ଷରୁ ଶୁକ୍ରବାର ବାଲାକୋଟ ଏୟାର ଷ୍ଟ୍ରାଇକ୍‌ର ଏକ ଭିଡିଓ ଜାରି କରାଯାଇଛି। ଏହି ଭିଡିଓରେ ବାଲାକୋଟରେ ଏୟାର ଷ୍ଟ୍ରାଇକ୍‌ର ପ୍ରସ୍ତୃତି ଓ ଆତଙ୍କବାଦୀ କ୍ୟାମ୍ପକୁ ଧ୍ୱସଂବିଧ୍ୱସ୍ତ କରାଯାଇଥିବା ଦେଖିବାକୁ ମିଳିଛି। ଗତ ଏକ ବର୍ଷରେ ଭାରତୀୟ ବାୟୁସେନା ବହୁ ବଡ଼ ବଡ଼ ଉପଲବ୍ଧି ହାସଲ କରିଛି। ବାଲାକୋଟରେ ଆତଙ୍କବାଦୀ କ୍ୟାମ୍ପରେ କରାଯାଇଥିବା ଏୟାରଷ୍ଟ୍ରାଇକ୍‌ ସେଥିମଧ୍ୟରୁ ଗୋଟିଏ ବୋଲି ଏୟାର ଫୋର୍ସ ଡେ’ରେ ଏକ ସାମ୍ବାଦିକ ସମ୍ମିଳନୀରେ ଏୟାର ଚିଫ୍‌ ମାର୍ଶଲ ରାକେଶ କୁମାର ସିଂହ ଭଦୋରିଆ କହିଛନ୍ତି। ଏଥିସହ ସେ କହିଛନ୍ତି, ଭବିଷ୍ୟତରେ ଯଦି ପାକିସ୍ତାନ ପକ୍ଷରୁ ପୁଣି ଥରେ କୌଣସି ଆତଙ୍କବାଦୀ ଆକ୍ରମଣ ହୁଏ ତେବେ ସେନା ପକ୍ଷରୁ ତାଙ୍କୁ ଉଚିତ ଜବାବ ଦିଆଯିବ।

Share