Categories: ଜାତୀୟ

ବାଲାସାହେବଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ଏନ୍‌ସିପି ନେତା

ମୁମ୍ବାଇ,୧୭।୧୧: ଶିବସେନାର ପ୍ରତିଷ୍ଠାତା ବାଲାସାହେବ ଠାକରେଙ୍କ ୭ମ ଶ୍ରାଦ୍ଧବାର୍ଷୀକି ଅବସରରେ ମହାରାଷ୍ଟ୍ରର ନ୍ୟାଶନାଲିଷ୍ଟ କଂଗ୍ରେସ ପାର୍ଟି(ଏନ୍‌ସିପି) ନେତା ଛଗନ ଭୁଜବଳ ରବିବାର ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ଏହି ଅବସରରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଥିବା ଦେବେନ୍ଦ୍ର ଫଡନିବଶ ଟୁଇଟ୍‌ କରି ବାଲାସାହେବଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ତାଙ୍କର କିଛି ଫଟୋ ଓ ଭିଡିଓ ଶେୟାର କରିଛନ୍ତି। ସେହିପରି ଏନ୍‌ସିପି ମୁଖ୍ୟ ଶରଦ ପାଓ୍ବାର ମଧ୍ୟ ବାଲାସାହବଙ୍କୁ ମନେପକାଇ ତାଙ୍କର ରାଜ୍ୟ ପ୍ରତି ଥିବା ଅବଦାନକୁ ପ୍ରଶଂସା କରିଛନ୍ତି।

Share