Categories: ଜାତୀୟ

ବାଲାସାହେବଙ୍କ ପାଇଁ ଆମେ ସବୁ କରିପାରିବୁ: ସଞ୍ଜୟ

ମୁମ୍ବାଇ,୧୭।୧୧: ଶିବସେନା ପ୍ରତିଷ୍ଠାତା ବାଲାସାହେବ ଠାକରେଙ୍କ ଶ୍ରାଦ୍ଧଦିବସ ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ଶିବସେନା ନେତା ସଞ୍ଜୟ ରାଉତ। ଏହାପରେ ସେ ଖବରଦାତାଙ୍କ ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି ବାଲାସାହେବଙ୍କ ପାଇଁ ଆମେ ସବୁକିଛି କରିପାରିବୁ। ତେବେ ମହାରାଷ୍ଟ୍ରରେ ସରକାର ଗଠନକୁ ନେଇ ସେ ପୁଣିଥରେ ଭାଜପାକୁ ଟାର୍ଗେଟ କରିଛନ୍ତି। ସଞ୍ଜୟ କହିଛନ୍ତି, ଆପଣମାନେ ଦେଖିବେ ମହାରାଷ୍ଟ୍ରରେ ଖୁବଶୀଘ୍ର ଶିବସେନା ସରକାର ଗଠନ କରିବ। ଆଉ ଉଦ୍ଧବ ଠାକରେ ବାଲାସାହେବଙ୍କୁ ଯେଉଁ କଥା ଦେଇଛନ୍ତି ତାହା ଶୀଘ୍ର ପୂରଣ ହେବ। ମହାରାଷ୍ଟ୍ରରେ ଶିବସେନା ମୁଖ୍ୟମନ୍ତ୍ରୀ ଆସନରେ ବସିବ। ସୂଚନାଯୋଗ୍ୟ, ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ କୌଣସି ଦଳକୁ ସଂଖ୍ୟା ଗରିଷ୍ଠତା ମିଳି ନ ଥିବା ବେଳେ ସରକାର ଗଠନକୁ ନେଇ ଭାଜପା-ଶିବସେନା ମଧ୍ୟରେ କନ୍ଦଳ ଉପୁଜିଥିଲା। ଯାହା ଫଳରେ ଏବେ ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଜାରି କରାଯାଇଛି।

Share