‘ବାଲା’ ପରେ ଫିଲ୍ମରୁ ଲମ୍ବା ବ୍ରେକ୍‌ ନେବେ ଆୟୁଷ୍ମାନ

ମୁମ୍ବାଇ: ଲଗାତାର ଭାବେ ଦର୍ଶକଙ୍କୁ ହିଟ୍‌ ଚଳଚ୍ଚିତ୍ର ଭେଟି ଦେଉଥିବା ସୁପରଷ୍ଟାର ଆୟୁଷ୍ମାନ ଖୁରାନ୍ନା ଥକି ଗଲେଣି। ଆପଣ ଭାବୁଥିବେ କାହିଁକି। ଗୋଟିଏ ପରେ ଗୋଟିଏ ଫିଲ୍ମର ଶୁଟିଂ କରୁଥିବାରୁ ସେ ନିଜକୁ ତଥା ପରିବାରକୁ ମଧ୍ୟ ସମୟ ଦେଇପାରୁନାହାନ୍ତି। ଏଥିପାଇଁ ଏବେ ଆୟୁଷ୍ମାନ ଶୁଟିଂରୁ କିଛି ଦିନ ବ୍ରେକ୍‌(ବିରତି) ନେଇ ଲମ୍ବା ଛୁଟିରେ ରହିବାକୁ ନିଷ୍ପତ୍ତି ନେଇଛନ୍ତି।

ସ୍ତ୍ରୀ ତାହିରା ଏବେ ଏବେ କ୍ୟାନ୍‌ସର ସହ ଲଢ଼ି ଜିତିଛନ୍ତି। ହେଲେ ଫିଲ୍ମର ଶୁଟିଂରେ ବ୍ୟସ୍ତ ରହୁଥିବା କାରଣରୁ ଆୟୁଷ୍ମାନ ତାଙ୍କୁ ସମୟ ଦେଇ ପାରୁନାହାନ୍ତି। ଏଣୁ ସେ ନଭେମ୍ବର ୧୫ରୁ ଛୁଟିରେ ରହିବେ। ଏହି ସମୟ ସେ ସ୍ତ୍ରୀ ଏବଂ ଦୁଇ ପୁଅଙ୍କ ସହ ନିଜକୁ ସମୟ ଦେବେ।

ନଭେମ୍ବର ୨୨ରେ ଆୟୁଷ୍ମାନ ଅଭିନୀତ ‘ବାଲା’ ପରଦାକୁ ଆସିବ। ଖୁବ୍‌ଶୀଘ୍ର ସେ ଏହାର ପ୍ରମୋଶନ ଶେଷ କରିବେ ବୋଲି କହିଛନ୍ତି।

Share