ବାଲିଆପାଳରେ ଦିବ୍ୟାଙ୍ଗଙ୍କୁ ରାଶନ ବଣ୍ଟନ

ଲଙ୍ଗଳେଶ୍ୱର, ୫।୫(ଡି.ଏନ.ଏ.)-କରୋନା ମହାମାରୀରେ ସାରା ପୃଥିବୀ କବଳିତ ହୋଇଥିବା ବେଳେ ଦିବ୍ୟାଙ୍ଗମାନେ ଏଥିରେ ବିଶେଷ ଭାବେ ପ୍ରଭାବିତ ହୋଇଛନ୍ତି। ଗ୍ରାମାଞ୍ଚଳରେ ବାସ କରୁଥିବା ଦିବ୍ୟାଙ୍ଗମାନେ ବିଭିନ୍ନ ସୁବିଧା ସୁଯୋଗ ପାଇବାରୁ ବଞ୍ଚିତ ହେଉଥିବାରୁ ଡବ୍ଲ୍ୟୁସିଏସ୍‌ଆର ଗ୍ରୁପର ସଦସ୍ୟମାନେ ସହାୟତାର ହାତ ବଢ଼ାଇଛନ୍ତି।
ସେମାନଙ୍କ ସଂଗୃହୀତ ଅର୍ଥରେ ବାଲିଆପାଳ ବ୍ଲକର ୧୦୦ଜଣ ବିଭିନ୍ନ ବର୍ଗର ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ଅଟା, ବୁଟଡାଲି, ସୋରିଷ ତେଲ, ବିସ୍କୁଟ, ସାବୁନ ଏବଂ ସର୍ଫ ଆଦି ସାମଗ୍ରୀ ସ୍ଥାନୀୟ ଅଞ୍ଚଳରେ ଦିବ୍ୟାଙ୍ଗଙ୍କ ପାଇଁ କାର୍ଯ୍ୟ କରୁଥିବା ସ୍ବେଚ୍ଛାସେବୀ ସଙ୍ଗଠନ ୟୁଥ୍‌ ଡେଭଲପମେଣ୍ଟ ପ୍ରୋଜେକ୍ଟ (ୱାଇଡିପି) ଜରିଆରେ ବଣ୍ଟନ କରାଯାଇଛି। ଅନୁଷ୍ଠାନ ପକ୍ଷରୁ ପ୍ରଣବ କୁମାର ସାହୁଙ୍କ ନେତୃତ୍ୱରେ ଅଜୟ କୁମାର ଜେନା, ମନୋଜ ସାହୁ, ରବୀନ୍ଦ୍ର ପଣ୍ଡା, ଖବରଦାତା ରବିରଞ୍ଜନ ତ୍ରିପାଠୀ, ଗୋପନାରାୟଣ ଜେନା ପ୍ରମୁଖ ନିଖିରା, କୁମ୍ଭାରୀ, ଦେଭୋଗ, ଘଣ୍ଟୁଆ, ଲଙ୍ଗଳେଶ୍ୱର, ତାପୁଣ୍ଡିଆ, ଗୁଆପଡ଼ା, ରାଇଢ଼େଙ୍କ, ରେମୁଁ, ବିଶ୍ୱନାଥପୁର, ଡୁମିଚକ, ବଣିଆଡ଼ିହା ଆଦି ଗ୍ରାମର ଦିବ୍ୟାଙ୍ଗମାନଙ୍କୁ ରାଶନ ସାମଗ୍ରୀ ବଣ୍ଟନ କରିଛନ୍ତି। ରାଇଢ଼େଙ୍କ ଗ୍ରାମର ରାଜେନ୍ଦ୍ର ଗିରି ଜଣେ ଟ୍ରାଇସାଇକେଲ ବ୍ୟବହାରକାରୀ, ଊର୍ମିଳା ପ୍ରଧାନ ଅବିବାହିତ ଦୃଷ୍ଟିବାଧିତ ମହିଳା ଡବ୍ଲ୍ୟୁସିଏସଆର ଗ୍ରୁପ ଏବଂ ୱାଇଡିପି ସଙ୍ଗଠନର ସହଯୋଗ ପାଇଁ ଧନ୍ୟବାଦ ଜଣାଇବା ସହିତ କରୋନାରୁ କିପରି ଭିନ୍ନକ୍ଷମମାନେ ନିଜକୁ ସୁରକ୍ଷିତ ରଖିବେ ଏବଂ ନିଜ ନିଜ ମଧ୍ୟରେ ସାମାଜିକ ଦୂରତା ବଜାୟ ରଖିବେ ସେ ସମ୍ପର୍କରେ ପ୍ରଶିକ୍ଷଣ ଦେଇଥିବାରୁ ତାହା ଉପକାରରେ ଲାଗିବ ବୋଲି ପ୍ରକାଶ କରିଛନ୍ତି ା

Share