ବାଲିଆରେ ବିଜେଡିର ସଭ୍ୟ ସଂଗ୍ରହ ଅଭିଯାନ

ବରୀ,୨୧ା୧୦(ସ୍ବ.ପ୍ର.): ଯାଜପୁର ଜିଲାବରୀ ବ୍ଲକ ବାଲିଆ ପଞ୍ଚାୟତ ଅଧୀନ ଗଙ୍ଗାଧରପୁର ଗ୍ରାମ ପ୍ରାଥମିକ ବିଦ୍ୟାଳୟ ନିକଟରେ ରବିବାର ବରୀ ବିଜେଡିର ସଭ୍ୟ ସଂଗ୍ରହ ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ପଞ୍ଚାୟତ ବିଜେଡି ସଭାପତି ଅଭିନ୍ନ କୁମାର ଜେନାଙ୍କ ସଭାପତିତ୍ୱରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥିଭାବେ ବରୀ ବିଧାୟିକା ସୁନନ୍ଦା ଦାସ ଯୋଗଦାନ କରି ରାଜ୍ୟ ସରକାରଙ୍କର ଲୋକାଭିମୁଖୀ ଯୋଜନାକୁ ସାଧାରଣ ଲୋକଙ୍କ ପାଖରେ ଉପସ୍ଥାପନା କରିଥିଲେ। ବରୀ ନିର୍ବାଚନ ମଣ୍ଡଳୀରେ ୮୦ ହଜାରରୁ ଊର୍ଦ୍ଧ୍ୱ ସାଧାରଣ ଲୋକଙ୍କୁ ଦଳରେ ସଭ୍ୟ କରାଯିବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଏଥିପାଇଁ କର୍ମୀମାନଙ୍କୁ ତ୍ରୁଣମୂଳ ସ୍ତରରୁ ସଂଗଠନକୁ ମଜଭୁତ କରିବା ପାଇଁ କଠିନ ପରିଶ୍ରମ କରିବାକୁ ପଡିବ ବୋଲି ବିଧାୟିକା ଦାସ କର୍ମୀମାନଙ୍କୁ ଆହ୍ବାନ ଦେଇଛନ୍ତି। ଏହି ଅବସରରେ ପଞ୍ଚାୟତର ୨ହଜାର ୫ଶହ ମହିଳାପୁରୁଷ ଦଳରେ ସାମିଲ ହୋଇଥିଲେ। ଏହି ସଭ୍ୟମାନଙ୍କୁ ଦଳୀୟ ରଶିଦ୍‌ ପ୍ରଦାନ କରାଯାଇଛି। ସମିତି ସଭ୍ୟ ପ୍ରଦୀପ ଘଡ଼ାଇ, ସରପଞ୍ଚ ପ୍ରବୀର ଜେନା, ଗୋବିନ୍ଦ ଚନ୍ଦ୍ର ଜେନା, ହରିହର ପଣ୍ଡା, ରତିରଞ୍ଜନ ଜେନା, ଚିତ୍ତରଞ୍ଜନ ଜେନା, ଶ୍ରୀକାନ୍ତ ଜେନା, ନିର୍ମଳ ଜେନା, ସୁରଥ ଜେନା, ଭରତ ମଲିକ ପ୍ରମୁଖ ଶତାଧିକ ମହିଳା କର୍ମୀ ଉପସ୍ଥିତ ଥିଲେ।