ବାଲିଗୁଡ଼ାରେ ପର୍ଯ୍ୟଟନ ମନ୍ତ୍ରୀ, ବିଭିନ୍ନ ସମସ୍ୟା ନେଇ ଆଲୋଚନା

ବାଲିଗୁଡ଼ା,୧୧।୧(ଡି.ଏନ୍‌.ଏ.): କନ୍ଧମାଳ ଜିଲା ବାଲିଗୁଡ଼ାରେ ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଶନିବାର ଅପରାହ୍ନରେ ସ୍ଥାନୀୟ ବନବାସୀ ସେବା ସମିତିରେ ପହଞ୍ଚି ଅନ୍ତେବାସୀଙ୍କ ସହ ଆଲୋଚନା କରିଛନ୍ତି। ଏହି ଅନୁଷ୍ଠାନ ଦ୍ୱାରା ପରିଚାଳିତ ବିଭିନ୍ନ ବିଭାଗର ସୁବିଧା ଆସୁବିଧା ଜାଣିବା ପରେ ସରକାରଙ୍କ ପକ୍ଷରୁ ଏହି ଅନୁଷ୍ଠାନକୁ ସମସ୍ତ ସୁବିଧା ସୁଯୋଗ ଦିଆଯିବ ବୋଲି କହିଛନ୍ତିି। ଏହାପରେ ବାଲିଗୁଡା ବ୍ଲକକୁ ଯାଇଥିଲେ ା ବ୍ଲକରେ ଉପଜିଲାପାଳ ତଥା ଆଇଟିଡିଏ ପିଏ ରାଜେନ୍ଦ୍ର ରଣଜିତ୍‌, ବିଡିଓ ନରେଶ ଚନ୍ଦ୍ର ଶବର ଓ ତହସିଲଦାର ସୁଶ୍ରୀ କ୍ଷିରାବ୍ଧୀ ତନୟା ସାହୁଙ୍କ ସହ ଆଲୋଚନା କରିବା ସହ ସରକାରଙ୍କ ବିଭିନ୍ନ ଯୋଜନା ସାଧାରଣ ଲୋକଙ୍କ ପାଖରେ ପହଞ୍ଚି ପାରୁଛି କି ନାହିଁ ପଚାରି ବୁଝିଥିଲେ। ପରେ ବ୍ଲକର କାର୍ଯ୍ୟକଳାପକୁ ନେଇ ମନ୍ତ୍ରୀ ଖୁସି ବ୍ୟକ୍ତ କରିଛନ୍ତି।

Share