ବାଲିଗୁଡ଼ା,୧୬।୮(ଡି.ଏନ୍.ଏ.): କନ୍ଧମାଳ ଜିଲା ବାଲିଗୁଡ଼ାର ପୂର୍ବତନ କଂଗ୍ରେସ ବିଧାୟକ ସାହୁରା ମଲ୍ଲିକଙ୍କ ଶୁକ୍ରବାର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ବୟସ ହୋଇଥିଲା। କିଛିଦିନ ଧରି ସେ ଅସୁସ୍ଥ ଥିବାବେଳେ ସକାଳେ ବାଲିଗୁଡା ମେଡିକାଲରେ ତାଙ୍କର ମୃତ୍ୟୁ ଘଟିଥିଲା।
ସୂଚନାଯେଗ୍ୟ, ବିଧାୟକ ମଲ୍ଲିକ ବାଲିଗୁଡ଼ା ବିଧାନସଭା ନିର୍ବାଚନମଣ୍ଡଳୀରୁ ବିଧାନସଭାକୁ ତିନିଥର ନିର୍ବାଚିତ ହୋଇଥିଲେ।