ବାଲିଗୁଡ଼ା ବସ୍‌ଷ୍ଟାଣ୍ଡରେ ମାଓବାଦୀ ବିରୋଧୀ ପୋଷ୍ଟର: ଶହୀଦ ସପ୍ତାହକୁ ନିନ୍ଦା ଦିବସ ରୂପେ ପାଳିବାକୁ ଆହ୍ବାନ

ବାଲିଗୁଡ଼ା,୩।୮(ଡି.ଏନ୍‌.ଏ.): ମାଓବାଦୀଙ୍କ ଶହୀଦ ସପ୍ତାହରେ କନ୍ଧମାଳ ଜିଲା ବାଲିଗୁଡା ବସଷ୍ଟାଣ୍ଡରେ ମାଓବାଦୀ ବିରୋଧୀ ପୋଷ୍ଟର ଦେଖିବାକୁ ମିଳିଛି। ଆଣ୍ଟି ନକ୍ସଲ ପିପୁଲ ପିସ୍‌ ଫୋର୍ସ ପକ୍ଷରୁ ଏହି ପୋଷ୍ଟର ଜାରି କରାଯାଇଥିବା ଉଲ୍ଲେଖ ରହିଛି। ଜୁଲାଇ ୩୦ରୁ ଅଗଷ୍ଟ ୫ ପର୍ଯ୍ୟନ୍ତ ନକ୍ସଲ ନିନ୍ଦା ଦିବସ ପାଳିବାକୁ ପୋଷ୍ଟରରେ ଆହ୍ବାନ ଦିଆଯାଥିବା ବେଳେ ଆଦିବାସୀଙ୍କ ହତ୍ୟାକାରୀ ବିକାଶ ବିରୋଧୀ ମାଓବାଦୀ ତୁମ ଶହୀଦ ସପ୍ତାହ ଆଉ ଚଳିବନାହିଁ କି ଆମେ ଏହାକୁ ବରଦାସ୍ତ କରିବୁ ନାହିଁ। ସେମାନେ ଆମପାଇଁ ଶହୀଦ ନୁହନ୍ତି ଆଦିବାସୀଙ୍କ ହତ୍ୟାକାରୀ। କ’ଣ ପାଇଁ ମାଓବାଦୀ ଶହୀଦ ସପ୍ତାହରେ ଦୋକାନ, ବଜାର, ସ୍କୁଲ, କଲେଜ,ଗାଡି ଚଳାଚଳ ବନ୍ଦ ରହିବ। ଏହା ସାଧାରଣ ଲୋକଙ୍କ ଉପରେ ଅତ୍ୟାଚାର,ତେଣୁ ତୁମେ ଏହାକୁ ବନ୍ଦକର ଲେଖାଥିବା ସହ ଶହୀଦ ସପ୍ତାହ ନ ପାଳିବାକୁ ମାଓବାଦୀଙ୍କୁ ଚେତାବନୀ ଦିଆଯାଇଛି। ଏଥିସହିତ ଶହୀଦ ସପ୍ତାହକୁ ପ୍ରତ୍ୟାଖ୍ୟାନ କରି ଜୁଲାଇ ୩୦ ତାରିଖରୁ ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ନକ୍ସଲ ନିନ୍ଦା ଦିବସ ପାଳନ କରନ୍ତୁ । ସ୍କୁଲ, କଲେଜ, ଦୋକାନ, ବଜାର, ଗାଡିଚଳାଚଳ ସବୁଦିନ ଭଳି ସ୍ବାଭାବିକ ରଖନ୍ତୁ ବୋଲି ଜନସାଧାରଣଙ୍କୁ ନିବେଦନ କରାଯାଇ ପୋଷ୍ଟରରେ ଉଲ୍ଲେଖ ଥିବା ଦେଖିବାକୁ ମିଳିଛି ।

Share