ବାଲିଗୁଡାର ପୂର୍ବତନ ବିଧାୟକ ସାହୁରା ମଲ୍ଲିକଙ୍କ ପରଲୋକ

ବାଲିଗୁଡା,୧୬ା୮(ଡି.ଏନ.ଏ.)- କନ୍ଧମାଳ ଜିଲା ବାଲିଗୁଡାର ପୂର୍ବତନ କଂଗ୍ରେସ ବିଧାୟକ ସାହୁରା ମଲ୍ଲିକଙ୍କ ଶୁକ୍ରବାର ୮୫ ବର୍ଷରେ ପରଲୋକ ଘଟିଛି। କିଛିଦିନ ଧରି ସେ ଅସୁସ୍ଥ ଥିଲେ। ବାଲିଗୁଡା ବିଧାନସଭା ନିର୍ବାଚନମଣ୍ଡଳୀରୁ ସେ ୩ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ଗତ ୧୯୭୪ରୁ ୧୯୮୦ ଏବଂ ୧୯୮୦ରୁ ୧୯୮୫ ଏବଂ ୧୯୯୫ରୁ ୨୦୦୦ ପର୍ଯ୍ୟନ୍ତ ସେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ତାଙ୍କର ପରଲୋକ ଖବର ପାଇ କଂଗ୍ରେସ କର୍ମୀ ଓ ବାଲିଗୁଡା ଜନସାଧାରଣଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି। ସାହୁରାଙ୍କ ଶେଷ ଦର୍ଶନ ପାଇଁ ବିଧାୟକଙ୍କ ନିଜ ଗ୍ରାମ ସୁଡୁରାକୁ ଜିଲା ତଥା ବାଲିଗୁଡା କଂଗ୍ରେସର ସୀମାଞ୍ଚଳ ଆଚାର୍ଯ୍ୟ, ରବିଚନ୍ଦ୍ର ପାତ୍ର, ରାମ ସିଂ ପାତ୍ର, ଶ୍ୟାମ ସୁନ୍ଦର ବିନ୍ଧାଣି, ଦେବବ୍ରତ ସିଂ ଦେଓ, ଶିବରାମ ପ୍ରଧାନୀ, ମନୋଜ କୁମାର ଆଚାର୍ଯ୍ୟ, ଅଜୟ କୁମାର ଡିଗାଲ, ଶ୍ରୀକାନ୍ତ ମଲ୍ଲିକଙ୍କ ସମେତ ବହୁ କଂଗ୍ରେସ ନେତା ଓ କର୍ମୀଙ୍କ ସୁଅ ଛୁଟିବାରେ ଲାଗିଛି।