Categories: ଭଦ୍ରକ

ବାଲିଘାଟ ନିଲାମ ନେଇ ତତ୍ପରତା: କ୍ଷେତ୍ର ପରିଦର୍ଶନ କଲେ ତହସିଲଦାର

ବନ୍ତ,୧୫।୫(ଡି.ଏନ୍‌.ଏ./ସ୍ବ.ପ୍ର.)-ଭଦ୍ରକ ଜିଲା ବନ୍ତ ବ୍ଲକ ସାଳନ୍ଦୀ ନଦୀର ବିଭିନ୍ନ ବାଲିଘାଟ ନିଲାମ ପାଇଁ ପ୍ରଶାସନିକସ୍ତରରେ ତତ୍ପରତା ପ୍ରକାଶ ପାଇଛି। ଶୁକ୍ରବାର ତହସିଲଦାର ଇନ୍ଦିରା ସାହୁ ଖଣି ଯୋଜନାର ପଞ୍ଜୀକୃତ ଯୋଗ୍ୟ ବ୍ୟକ୍ତି, ଆଗରପଡା ରାଜସ୍ବ ନୀରିକ୍ଷକଙ୍କ ସହିତ ସର୍ବନିମ୍ନ ଗ୍ୟାରେଣ୍ଟି ପରିମାଣ ନିର୍ଦ୍ଧାରଣ ପାଇଁ ଚାରିଗାଁ, ଚକ୍ରାପାଢୀ, ଗୋପିନାଥପୁର, ହରିପୁର, ମହାନ୍ତିପଡା, ସାହୁପଡା ଆଦି ବାଲିଘାଟ ପରିଦର୍ଶନ କରିଥିଲେ। ସର୍ବନିମ୍ନ ଗ୍ୟାରେଣ୍ଟି ପରିମାଣ ନିର୍ଦ୍ଧାରଣ ପରେ ବାଲିଘାଟ ଗୁଡିକ ନିଲାମ କରାଯିବ ବୋଲି ଜଣାପଡ଼ିଛି।
ଉଲ୍ଲେଖ ଯେ, ଉକ୍ତ ଅଞ୍ଚଳରେ ବାଲିଘାଟ ଗୁଡିକ ନିଲାମ ହୋଇ ନ ଥିବାରୁ ବାଲି ମାଫିଆମାନେ ସକ୍ରିୟ ହୋଇ ଉଠିଥିଲେ। ବାଲିଘାଟ ନିଲାମ ହେଲେ ରାଜକୋଷକୁ ରାଜସ୍ବ ଯିବା ସହ ସାଧାରଣ ଲୋକମାନେ ମଧ୍ୟ ନିର୍ମାଣ କାର୍ଯ୍ୟ ପାଇଁ ବାଲି କିଣିପାରିବେ ବୋଲି ଜଣାଯାଇଛି।